ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ଦାସଙ୍କ ବିୟୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଧିକାରୀ ପ୍ରହଲ୍ଲାଦ ଦାସଙ୍କର ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ହୋଇଯାଇଛି । କେନ୍ଦ୍ରାପଡା ପୈାରାଞ୍ଚଳର ୪ନମ୍ବର ୱାର୍ଡର ମଠ କଲୋନୀର ବାସିନ୍ଦା ତଥା ମହାକାଳପଡା ଅଞ୍ଚଳର ମୂଳବାସିନ୍ଦା ଥିବା ସ୍ୱର୍ଗତ ଦାସଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ସ୍ୱର୍ଗତ ଦାସ ହେଉଛନ୍ତି କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତିଙ୍କ ମହାକାଳପଡା ବ୍ଲକ ପ୍ରତିନିଧି ତଥା ଯୁବନେତା ପ୍ରତାପ କୁମାର ଦାସଙ୍କ ପିତା । ସ୍ୱର୍ଗତ ଦାସଙ୍କ ମଠକଲୋନୀସ୍ଥିତ ବାସଭବନରେ ପହଞ୍ଚି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ମହାକାଳପଡା ଜନ୍ମମାଟିକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁତ୍ର ପ୍ରତାପ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ