ଅବସରପ୍ରାପ୍ତ ସେନା କର୍ମଚାରୀ,ଖେମୁଣ୍ଡି ଚ୍ୟାନେଲ ମାଲିକ ପରଲୋକ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଚିକିଟିଆ ସାହି ନିବାସୀ ଅବସରପ୍ରାପ୍ତ ସେନା କର୍ମଚାରୀ ନିରାକାର ବିଷୋୟୀ ଙ୍କ ୭୫ ବର୍ଷ ବୟସରେ ଗୁରୁବାର ଭୋର ରେ ପରଲୋକ ଘଟିଛି।ସେ ଜଣେ ଧର୍ମପରାୟଣ , ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ସହରରେ ଜଣାଶୁଣା ଥିଲେ।ଦିଗପହଣ୍ଡି ସହରର ଖେମୁଣ୍ଡି ଭିଜନ ସେଟ୍ ଲାଇଟ୍ ଚ୍ୟାନେଲ ର ମାଲିକ ଭାବେ ସେ ସମଗ୍ର ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ। ଗତ ଶନିବାର ତାଙ୍କୁ ଗୁରୁତର ଅସୁସ୍ଥ ଭାବେ ଚିକିତ୍ସା ପାଇଁ ଘରୋଇ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଇଥିଲା।କରୋନା ପଜିଟିଭ ସନ୍ଦେହରେ ତାଙ୍କୁ କୌଣସି ସରକାରୀ କିମ୍ବା ଘରୋଇ ହସ୍ପିଟାଲ୍ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଗ୍ରହଣ କରିନଥିଲେ । ପୁଅ ଆଲୋକ ବାପାଙ୍କୁ ଆମ୍ବୁଲାନ୍ସ ରେ ରଖି ରାତିସାରା ଜଗି ରହିଥିଲେ। ରବିବାର ସକାଳେ ବହୁଥର ଅନୁରୋଧ କରିବାପରେ ଏକ ଘରୋଇ ହସ୍ପିଟାଲ୍ ରେ ତାଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଅନ୍ୟଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭୋର ରେ ତାଙ୍କ ମୃତ୍ୟୁ ଘଟିଥିଲା। ଦିଗପହଣ୍ଡି ରେ ମୃତଦେହ ସତ୍କାର ପାଇଁ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ସହଯୋଗ କରିବେ ନାହିଁ ବୋଲି ପ୍ରକାଶ କରିବାପରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନ ରେ ତାଙ୍କ ମୃତଦେହ ର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।