ଅବସରପ୍ରାପ୍ତ ସେବୀକା ରମା ମଣି ରାୟଙ୍କ ଏକାଦଶାହ ସ୍ମୁତି ଚାରଣ ସଭା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ପଞ୍ଚାୟତ ଅଧୀନ ସାଆଁଳପୁର ଠାରେ ଅବସରପ୍ରାପ୍ତ ସେବିକା ସ୍ବର୍ଗତା ରମାମଣି ରାୟ ଙ୍କର ଏକାଦଶାହ ସ୍ମୁତି ଚାରଣ ସଭା ଅଧ୍ୟାପକ ରବୀନ୍ଦ୍ର କୁମାର ଵେହୁରିଆ ଙ୍କ ସଂଚାଳନା ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ଧୂଷୁରୀ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ମଲ୍ଲିକ, ଧୂଷୁରୀ ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ବେହେରା, ସମାଜସେବୀ ଅଶୋକ କୁମାର ରାୟ, ଶିକ୍ଷକ ଚିତ୍ରଭାନୁ ଦାସ, ଉଚ୍ଚ ନ୍ୟାୟାଳୟର ପୂର୍ବତନ ଅଧିବକ୍ତା ଇପ୍ସିତ ଜେନା, ସମାଜସେବୀ ବିଦ୍ୟାଧର ବାରିକ୍, ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ କୁମାର ବଳ , ନରହରି ନାୟକ, ପୂର୍ବତନ ସରପଞ୍ଚ ଅନିଲ କୁମାର ଦାସ, ସମାଜସେବୀ ସହଦେବ ସାହୁ, ସ୍ବର୍ଗତା ରମାମଣିଙ୍କ ପୁତ୍ର ରଞ୍ଜନ କୁମାର ରାୟ, ମନୋଜ କୁମାର ରାୟ, କଳିଙ୍ଗ କୁମାର ରାୟ, ରଜତ କୁମାର ରାୟ ଝିଅ ମିତା ରାଣୀ ମହାପାତ୍ର ପ୍ରମୁଖ ରମାମଣୀଙ୍କ ସୁକର୍ମ ତାଙ୍କୁ ଚିର ସ୍ମରଣୀୟ କରି ରଖିଛି ମତ ପୋଷଣ କରିଥିଲେ। ତାଙ୍କ ପରି ନିଃସ୍ଵାର୍ଥପର ସେବୀକା ଙ୍କୁ ହରେଇ ସମଗ୍ର ପାଳ ସାହି ପଞ୍ଚାୟତ ବାସୀ ଝୁରି ହେଉଛନ୍ତି ବୋଲି ସଭାରେ ବକ୍ତା ମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ