ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ଗ୍ରାମ ବାସିନ୍ଦା ତଥା ରିଜିଓନାଲ ରେଜିମେଣ୍ଟର ସୈନିକ ବିଭାଗର ହାବିଲଦାର ଵାରିଆଲ ଟୁଡୁ ୩୧/୧/୨୦୨୩ ରେ ଅବସର ନେଇଥିଲେ ।ସେ ୧୨/୦୯/୯୯ ମସିହାରେ ସୈନିକ ଭାବରେ ଯୋଗ ଦେଇ ଦେଶମାତୃକାର ସେବା ପାଇଁ ଦିର୍ଘ ୨୪ ବର୍ଷ ନିଷ୍ଠାର ସହ କାର୍ଯ୍ୟ ସଂପାଦନା କରିଥିଲେ ।ସେ ଝାନସୀ,ଲାଲଗଡ,ଶ୍ରୀନଗର,ଛତିଶଗଡ଼,ଲାଦାଖ ରେ ମଧ୍ୟ କାର୍ଯ୍ୟ କରିଥିଲେ ।ଅବସର ନେଇ ଗତକାଲି ନିଜର ଗାଁକୁ ଫେରିଥିଲେ ।ସେ ଜଣେ ପରୋପକାରୀ,ମିଷ୍ଟଭାଷୀ ଦରଦି ମଣିଷ ।ତାଙ୍କର ଆଗମନରେ ଗ୍ରାମବାସୀ ବାଜା ଓ ନୃତ୍ୟରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ