ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ସଂଘର ସାଧାରଣ ଅଧିବେଶନ

ଭୁବନେଶ୍ୱର : ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ସଂଘର ୨୧ତମ ବାର୍ଷିକ ଅଧିବେଶନ ରେଡ଼କ୍ରସ ଭବନରେ ସଂଘର ସଭାପତି ଇଂ ବିପିନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାରା ରାଜ୍ୟରୁ ଶତାଧିକ ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟରମାନେ ଯୋଗ ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ଇଂ ବାମଦେବ ତ୍ରିପାଠୀ, ଉପସଭାପତି ଇଂ ବଳରାମ ପ୍ରସାଦ ବସୁ ମଲ୍ଲିକ, ଗଞ୍ଜମ ସଭାପତି ବାଞ୍ଛାନିଧି ଦାସ, ଯାଜପୁର ସଭାପତି ଇଂ ବଟକୃଷ୍ଣ ଦାସ, ଭଦ୍ରକ ସଭାପତି ଇଂ ନିର୍ମଳ ମହାନ୍ତି, ସରୋଜକାନ୍ତ, ଇଂ ରମେଶ ମହାନ୍ତିି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ନାଟ୍ୟକାର ଇ ବିଜୟ ମିଶ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୃଷ୍ଠପୋଷକ ଇଂ ସାରଦା ପ୍ରସାଦ ମହାନ୍ତି ଓ ଉପଦେଷ୍ଟା ଇଂ ରବି ନାରାୟଣ ଦାସ ମଧ୍ୟ ଉଦ୍‌ବୋଧନ ଦେଇଥିଲେ । ସଭାରେ ମହଙ୍ଗା ଭତ୍ତା ଜାନୁୟାରୀ ମାସରେ ଦିଆଯାଇଥିବା ନେଇ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଗତବର୍ଷ ଜୁଲାଇ ମାସରୁ ମହାଙ୍ଗା ଭତ୍ତା ଦିଆଯାଉ ବୋଲି ଦାବି କରାଯାଇଥିଲା । ରାଷ୍ଟ୍ରରେ ୨୩ଟି ରାଜ୍ୟ ସ୍ୱାସ୍ଥ୍ୟ ଭତ୍ତା ଦେଉଥିବା ବେଳେ ଆମ ରାଜ୍ୟ ସରକାର ଆଉ ବିଳମ୍ବ ନ କରନ୍ତୁ ବୋଲି ଦାବି କରାଯାଇଥିଲା । ଏହି ସଭାରେ ନୂତନ ବର୍ଷ ପାଇଁ ପୃଷ୍ଠପୋଷକ ଭାବରେ ଇଂ ସାରଦା ପ୍ରସାଦ ମହାନ୍ତି, ଉପଦେଷ୍ଟା ଇଂ ଦର୍ପନାରାୟଣ ଦାସ, ସଭାପତି ଇଂ ବିିପିନ ବିହାରୀ ନାୟକ, ଉପସଭାପତି ଇଂ ବଳରାମ ପ୍ରସାଦ ବସୁମଲ୍ଲିକ ଓ ଇଂ ଡ଼ମ୍ବରୁନାଥ ଓ ସାଧାରଣ ସମ୍ପାଦକ ଭାବେ ଇଂ ବାମଦେବ ତ୍ରିପାଠୀ, ଅତିରିକ୍ତ ସାଧାରଣ ସମ୍ପାଦକ ଭାବେ ଇଂ ମଳୟରାଜ ବିଶ୍ୱାଳ, ଅର୍ଥ ସଚିବ ଭାବେ ଇଂ ବାଇଧର ରାଉତ ଓ ସଂଗଠନ ସମ୍ପାଦକ ଭାବେ ଇଂ ପ୍ରମୋଦ ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ