ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ  ପ୍ରହଲ୍ଲାଦ ମହାରାଣା ଙ୍କ ଅବସର କାଳୀନ ସଭା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଛତ୍ରପୁର  ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ନୃସିଂହ ମିଶ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟ ବ୍ଲକଗ୍ରାଣ୍ଟ୍ ଶିକ୍ଷକ ସଂଘ ର ସଂପାଦକ  ପ୍ରଶାନ୍ତ ପତି, ଜିଲ୍ଲା ଶିକ୍ଷକ ସଂପାଦକ ସୁଶାନ୍ତ କୁମାର ନାୟକ, ସ୍କୁଲ୍ ସଭାପତି ଏନ .ବାଳକୃଷ୍ଣ ରେଡ୍ଡୀ, ଶ୍ରମଶକ୍ତି ବିଦ୍ୟାପୀଠ ର ପ୍ରଧାନଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଆର. କେ ହାଇସ୍କୁଲ୍ ର ସଭାପତି, ହରଗୌରୀ ହାଇସ୍କୁଲ୍ ର ପ୍ରଧାନଶିକ୍ଷୟିତ୍ରୀ, ସରସ୍ଵତୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ହରିହର ହାଇସ୍କୁଲ୍ ର  ପ୍ରଧାନଶିକ୍ଷକ କୋରେଶ ଶତପଥି, ରାଜପୁର ହାଇସ୍କୁଲ୍ ର ପ୍ରଧାନଶିକ୍ଷକ ଲକ୍ଷ୍ମଣ ତରେଇ , ଗୋବିନ୍ଦପୁର ଏମ ଇ ସ୍କୁଲ୍ ର ପ୍ରଧାନଶିକ୍ଷକ କୁମୁଦ ବେହେରା, ଗୋବିନ୍ଦପୁର ୟୁପି . ସ୍କୁଲ୍ ର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ଜେନା, ପୂର୍ବତନ ସଭାପତି ସୀମାଞ୍ଚଳ ପଟ୍ଟନାୟକ, ଗ୍ରାମ୍ଯ କମିଟି ସଭାପତି ଗୋଲକ ନାୟକ, ପ୍ରଧାନଶିକ୍ଷକ ବିଜୟ ପ୍ରଧାନ, ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁ ଦେବୀ, ଶିକ୍ଷକ ନେତା ଟୁନା ପଣ୍ଡା, ଶିକ୍ଷକ ଭିକାରୀ ଗୌଡ, ସୌରା ନାହାକ, ପ୍ରଦୀପ ନାୟକ, ପ୍ରଶାନ୍ତ କୁମାର ମେକାପ୍, ଶିକ୍ଷୟିତ୍ରୀ ଧରିତ୍ରୀ ପାଣିଗ୍ରାହୀ, ଅଜିତା ଚୌଧୁରୀ, ସ୍କୁଲ୍ ର ବହୁ ପୁରାତନ ଛାତ୍ରଛାତ୍ରୀ,  ଗ୍ରାମବାସୀ ବୃନ୍ଦ ଏବଂ ଛତ୍ରପୁର ର ବହୁ ଶିକ୍ଷକ ଯୋଗଦେବା ସହ ମହାରାଣା ସାର୍ ଙ୍କ ର ଦୀର୍ଘାୟୁ କାମନା କରିଥିଲେ। କ୍ରୀଡାଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଉକ୍ତ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ