ଅବସର ଦିନରେ ଶିକ୍ଷକଙ୍କୁ ପେନସନ ପେପର ପ୍ରଦାନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ଅବସର ନେବାପରେ ଶିକ୍ଷକ କିମ୍ବା ସରକାରୀ କର୍ମଚାରୀ ମାନେ ପେନସନ କାଗଜପତ୍ର ପ୍ରସ୍ତୁତ କରିବାପାଇଁ ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇପଡୁଥିବାବେଳେ ଏବେ ରାଜ୍ୟ ସରକାର ସମାନ ଦିନରେ ପେନସନ କାଗଜ ପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାପରେ ଏହା ସରକାରୀ କର୍ମଚାରୀଙ୍କ ମନରେ ଖୁସି ଆଣି ଦେଇଛି । ଗତକାଲି ହାଟଡିହି ବ୍ଲକର ୪ଜଣ ଶିକ୍ଷକ ଚାକିରୀରୁ ଅବସର ନେଇଥିବାବେଳେ ସେହି ଦିନରେ ହିଁ ସେମାନଙ୍କୁ ପେନସନ କାଗଜପତ୍ର ଅଫିସ ତରଫରୁ ପ୍ରଦାନ କରାଯାଇଛି । ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ତଥା ବିଆରସିସି ବିନୋଦ କୁମାର ରାଉତ, ଏବିଇଓ ସୁରଥ କୁମାର ସାହୁ, ସୁରେଶ କୁମାର ଜେନା ପ୍ରମୁଖ କପିଳେଶ୍ୱର ହାଇସ୍କୁଲ କଳିଗାଁର ଶିକ୍ଷକ ବିଜୟ କୁମାର ଜେନା, ଜଳସରପୁରର ଶିକ୍ଷକ ଘନଶ୍ୟାମ ମହାପାତ୍ର, ଶିଳପୋଖରୀର ଶିକ୍ଷକ ଆଦିତ୍ୟ ଜେନା, ଫୁଲଝରର ଅନାଦି ଜେନା ପ୍ରମୁଖଙ୍କୁ ତାଙ୍କର ଅବସର ଦିବସରେ ସେମାନଙ୍କ ସ୍କୁଲରେ ପହଞ୍ଚି ପେନସନ କାଗଜପତ୍ର ପ୍ରଦାନ କରିଛନ୍ତି । ଫଳରେ ଅବସର ନେଉଥିବା ଶିକ୍ଷକ ମାନଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ