ଅବସର ନେବାର ୨ ବର୍ଷ ପରେବି ମିଳିନି ପେନସନ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ଯେ କୌଣସି ସରକାରୀ କର୍ମଚାରୀ ଅବସର ଗ୍ରହଣ କରିବା ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କର ପେନସନ୍ ଯେଭଳି ଭାବେ ହୋଇ ପାରିବ ସେଥିପାଇଁ ସରକାର ସ୍ତରରେ ଅନେକଥର ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ଅନେକ କାର୍ଯ୍ୟ।ଳୟରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏହା କେବଳ କାଗଜକଲମରେ ସିମିତ ବୋଲି ଅଭିଯୋଗ ହୋଇଛି । ଯାହାର ଏକ ଉଦାହାରଣ ହେଉଛନ୍ତି ଗତ ୨ ବର୍ଷ ହେଲା ଫୁଲବାଣୀ ତହସିଲ୍ କାର୍ଯ୍ୟାଳୟରୁ ପିଅନ ଭାବେ ଅବସର ଗ୍ରହଣ କରିଥିବା ଅବସର ପ୍ରାପ୍ତ କର୍ମଚାରୀ ପିତାମ୍ବର ସାହୁ । ୧୯୯୪ ମସିହାରୁ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ଗତ ୩୦.୪.୨୦୧୮ ରେ ଅବସର ଗ୍ରହଣ କରିଥିଲେ । ତେବେ ଚାକିରି ଜୀବନ ସମୟରେ ଫୁଲବାଣୀ ତହସିଲ୍ ରେ ତାଙ୍କ ନାମରେ କୌଣସି ଏକ କାର୍ଯ୍ୟକୁ ନେଇ ହୋଇଥିଲା ଏକ ପ୍ରୋସେଡ଼ିଙ୍ଗ୍ ଯାହାକି ଗତ ୧୬.୧୧.୨୦୧୯ ତାରିଖରେ ଉକ୍ତ ପ୍ରୋସେଡ଼ିଙ୍ଗ୍ ର ଶୁଣାଣି ହୋଇ ଏହାର ଫଇସଲା ମଧ୍ୟ କରାଯାଇଥିବା ଅବସର ପ୍ରାପ୍ତ କର୍ମଚାରୀ ଜଣକ ଜିଲାପାଳଙ୍କୁ ଦେଇଥିବା ଏକ ଅଭିଯୋଗ ପତ୍ରରୁ ପ୍ରକାଶ ।ତେବେ ଗତ ଦିନରେ ତାଙ୍କର ଖଜୁରିପଡ଼ା ତହସଲ୍ କୁ ବଦଳି ହୋଇଥିବା ବେଳେ ସେଠାରେ ସେ ଅବସର ଗ୍ରହଣ କରିଛନ୍ତି । ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କର ପେ ଫିକ୍‌ସନ୍ କରାଯାଇନଥିବାରୁ କୌଣସି କାଗଜପତ୍ର ଖଜୁରିପଡ଼ା ତହସିଲ୍ କୁ ଯାଇ ନାହିଁ । ଫଳରେ ଅବସର ଗ୍ରହଣ କରିଥିଲେ ମଧ୍ୟ ସେ ପେନସନ୍ ପାଇପାରୁ ନାହାନ୍ତି ବୋଲି ସେ ଲିଖିତ ଭାବେ ଜିଲାପାଳଙ୍କୁ ଦର୍ଶାଇବା ସହିତ ଏନେଇ ଗତ ଦିନରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏନେଇ କର୍ମଚାରୀ ଜଣକ କୁଆଡ଼େ ବାରମ୍ବାର ଫୁଲବାଣୀ ତହସିଲ୍ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ତାଙ୍କର କୌଣସି ପ୍ରକାର ପେନସନ୍ କାଗଜପତ୍ର ହୋଇ ପାରୁନାହିଁ ଏପରିକି ତାଙ୍କ ବାରମ୍ବାର ହଇରାଣ କରାଯାଉଛି ବୋଲି ମଧ୍ୟ ଅଭିଯୋଗ ପତ୍ରରେ ଦର୍ଶାଇଥିବା ପ୍ରକାଶ । ଏ ସଂପର୍କରେ ଗତ ୪.୧.୨୦୨୦ ତାରିଖରେ ସେ ଫୁଲବାଣୀ ଉପଜିଲାପାଳଙ୍କୁ ମଧ୍ୟ ସାକ୍ଷାତ କରି ଅଭିଯୋଗ ସଂପର୍କରେ ଲିଖିତ ଭାବେ ଜଣାଇବାପରେ ଉପଜିଲାପାଳ ଏକ ଚିଠି ଦ୍ୱାରା ମଧ୍ୟ ଖଜୁରିପଡ଼ା ସହସିଲ୍ ଦାରଙ୍କୁ ଅବଗତ କରିଥିବା ପ୍ରକାଶ । ତେବେ ଦୀର୍ଘବର୍ଷ ଧରି ସରକାରୀ କାର୍ଯ୍ୟାଳୟରେ ଜଣେ ପିଅନ୍ ଭାବେ କାର୍ଯ୍ୟକରିଥିବା ପିତାମ୍ବର ସାହୁ ଏବେ ନିଜର ଏକ ସମସ୍ୟାର ସମାଧାନ ପାଇଁ ଏ ସରକାରୀ କାର୍ଯ୍ୟାଳୟରୁ ସେ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ କୌଣସି ପ୍ରକାର ସମାଧାନ ହୋଇ ପାରୁନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଜିଲାପାଳ ଏ ଦିଗରେ ଦୃଷ୍ଟିଦେବାକୁ ଅବସରପ୍ରାପ୍ତ କର୍ମଚାରୀ ଜଣକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ