ଅବସର ନେବେ ୫୧ ଜଣ ରାଜ୍ୟସଭା ସଦସ୍ୟ
ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ମାସରେ ୫୧ ଜଣ ରାଜ୍ୟସଭା ସଦସ୍ୟ ଅବସର ନେବେ। ସର୍ବାଧିକ ସଦସ୍ୟ ମହାରାଷ୍ଟ୍ରରୁ ୭ ଜଣ ଅବସର ନେଉଛନ୍ତି। ଏହି ଆସନ ପାଇଁ ଗୋଟିଏ ଥର ନିର୍ବାଚନ କରାଯିବ। ଏଥିରେ ବିଜେପି ଆଉ ଅଧିକ ଆସନ ହାସଲ କରିବ ବୋଲି ଆଶା ରଖିଛି। ବର୍ତ୍ତମାନ ରାଜ୍ୟ ସଭାର ୨୪୫ ସଦସ୍ୟ ମଧ୍ୟରୁ ବିଜେପି ହାତରେ ୮୨ଟି ଥିବା ବେଳେ କଂଗ୍ରେସ ହାତରେ ଅଛି ୪୬ଟି ଆସନ। ଏଥର କଂଗ୍ରେସରୁ ୧୧ ଜଣ ଅବସର ଗ୍ରହଣ କରୁଛନ୍ତି। ତେବେ ଏହି ୧୧ ଜଣ ମଧ୍ୟରୁ କଂଗ୍ରେସ ୧୦ଟି ଆସନ ହାସଲ କରିବ ବୋଲି ଆଶା ରଖିଛି। ସେହିପରି ବିଜେପି ମଧ୍ୟ ୧୩ଟି ଆସନ ପାଇବ ବୋଲି ଆଶା ରଖିଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟର ଖାଲିପଡିବାକୁ ଯାଉଥିବା ରାଜ୍ୟ ସଭା ସଦସ୍ୟ ସଂଖ୍ୟା ହେଲା ମହାରାଷ୍ଟ୍ର-୭, ତାମିଲନାଡୁ-୬, ବିହାର-୫, ପଶ୍ଚିମବଙ୍ଗ-୫, ଆନ୍ଧ୍ରପ୍ରଦେଶ-୫, ଗୁଜୁରାଟ-୪, ମଧ୍ୟପ୍ରଦେଶ-୩, ରାଜସ୍ଥାନ-୩, ତାମିଲନାଡୁ-୩, ଓଡିଶା-୩, ଝାଡଖଣ୍ଡ-୨, ଛତିଶଗଡ, ଆସାମ, ମଣିପୁର, ହରିୟାନା, ହିମାଞ୍ଚଳପ୍ରଦେଶ ଗୋଟିଏ ଲେଖାଏଁ।


