ଅବସର ପ୍ରାପ୍ତ କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବିଭିନ୍ନ ଦାବୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିବାର ଜଣାପଡିଛି । ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ôଚଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ନର୍ମଦା ନାୟକଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ ରହି ଯେ, ଅବସର ପ୍ରାପ୍ତ କର୍ମଚାରୀଙ୍କୁ ମାସିକ ୧ହଜାର ଟଙ୍କା ଲେଖାଏଁ ଚିକିତ୍ସା ଭତ୍ତା ପ୍ରଦାନ କରିବା, ଗତ ଜାନୁୟାରୀ ୨୦୨୦ ଠାରୁ ନିୟମିତ ଭାବେ ପିଛିଲା ଭାବରେ ମହାଙ୍ଗା ଭତ୍ତା ପ୍ରଦାନ କରିବା, ଆନ୍ଧ୍ର ସରକାରଙ୍କ ଭଳି ସରକାରୀ ବସରେ ଯିବା ଆସିବା କଲେ ଟିକଟରେ ୫୦ ପ୍ରତିଶତ ରିହାତି ପ୍ରଦାନ କରିବା ଆଦି ଦାବୀ ପ୍ରମୁଖ ରହିଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର ବିଚିତ୍ରାନନ୍ଦ ବେବର୍ତ୍ତା, ସଚ୍ଚିଦାନନ୍ଦ ସାମଲ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ