ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୨୫ ହଜାର ଟଙ୍କା ପ୍ରଦାନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଆଜି ମଧ୍ୟାହ୍ନ ରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅବସର ପ୍ରାପ୍ତ କର୍ମଚାରୀ ସଂଘ, ଭଞ୍ଜନଗର ଶାଖା ର କର୍ମକର୍ତ୍ତା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ କରୋନା ରିଲିଫ ପାଣ୍ଠି କୁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୨୫ ହଜାର ଟଙ୍କା ର ଡ୍ରାଫଟ ପ୍ରଦାନ କରିଛନ୍ତି l ଉକ୍ତ ସଂଘ ର ସଭାପତି ବିଭୁତି ଜେନା, ସମ୍ପାଦକ ଶୁବଳ ଭୂୟାଁ, ଏବଂ ଅନୁପମ ବାନାର୍ଜୀ, ଶୁଳପାଣି ଶତପଥୀ, ଉପସ୍ଥିତ ରହି ଭଞ୍ଜନଗର ଉପଖଣ୍ଡ ର କରୋନା ସମ୍ପର୍କିତ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ରେ ସହଯୋଗ କରିବାପାଇଁ ଉପଜିଲ୍ଲାପାଳ ଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ l ପ୍ରକାଶଥାଉ କି ଉକ୍ତ ସଂଘ ତରଫରୁ ଭିନ୍ନ ଭିନ୍ନ ସମୟରେ ମାଗଣା ମାସ୍କ ବଣ୍ଟନ ଶୁଖିଲା ଖାଦ୍ୟ ଯଥା ବିସ୍କୁଟ, କେକ୍, ପାଉଁରୁଟି ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ ଗୁଡିକରେ ନିରବିଛିନ୍ନ ଭାବେ ସହଯୋଗ କରୁଥିବାରୁ ଉପଜିଲ୍ଲାପାଳ ଧନ୍ୟବାଦ ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସଂଗଠନ ର କର୍ମକର୍ତ୍ତା ଅଭିମନ୍ୟୁ ଭୂୟାଁ, ବିପିନ ପାଢ଼ୀ, ପର୍ଶୁରାମ ସ୍ୱାଇଁ, କୈଳାଶ ଚନ୍ଦ୍ର ଭୋଳ ଏବଂ ରମେଶ ପାତ୍ର ପ୍ରମୁଖ ସହଯୋଗ କରିଛନ୍ତି l ଅବସର ପ୍ରାପ୍ତ କର୍ମଚାରୀମାନଙ୍କର ଏହି ପ୍ରକାର ସ୍ବେଛାକୃତ ସେବା କୁ ଭଞ୍ଜନଗର ଉପଖଣ୍ଡ ର ଥାନା ଅଧିକାରୀ, ବିଡ଼ିଓ, ତହସିଲଦାର, ଆରକ୍ଷୀ ଅଧିକାରୀ ପ୍ରମୁଖ ସାଧୁବାଦ ଜଣାଇଛନ୍ତି l