ଅବସର ପ୍ରାପ୍ତ କର୍ମଚାରୀ ସମିତି ର ଦଶମ ବାର୍ଷିକ ସମାରୋହ

ଚିକିଟି,(କୁରେଶୁ ସାହୁ): ସ୍ଥାନୀୟ ଶ୍ରୀ ବାଲାଜି ଠାକୁର ଅବସର ପ୍ରାପ୍ତ କର୍ମଚାରୀ ସମନ୍ନୟ ସମିତି ର 10ମ ବାର୍ଷିକ ସମାରୋହ ମାନସ କସ୍ତୁରୀ ଗଣେଷ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି।ଚିକିଟି ବିଧାୟିକା ଉଷାଦେବୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଥିଲେ। କବୟିତ୍ରୀ ମିନାକ୍ଷୀ ପାଢ଼ୀ ଙ୍କ ଶିଶୁ ସାହିତ୍ୟ ସଂକଳନ ଗୁଞ୍ଜନ ପୁସ୍ତକ ଉନ୍ମୋଚନ କରିଥିଲେ।ଅବସର ପ୍ରାପ୍ତ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଦେବଦତ୍ତ ଚୌଧୁରୀ, ଅଵସର ପ୍ରାପ୍ତ ଅଧ୍ୟାପକ ଡ଼ଃ ଅଲେଖ ଚନ୍ଦ୍ର ପ୍ରଧାନ, ଅଖିଳ ଭାରତ ଖୁଦ୍ର ସାମ୍ବାଦିକ ସଂଘ ର ସଭାପତି ରବି ରଥ, ଶିକ୍ଷାବିତ ଦୀପକ ପାତ୍ର, ବଣିକସଙ୍ଘ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ରାଓ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବାର୍ଷିକ ବିବରଣୀ ସମ୍ପାଦକ ଅନିଲ ପୁରୋହିତ ପାଠ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଦସ୍ୟ ନୀଳମଣି ବେହେରା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ