ଅବସର ପ୍ରାପ୍ତ କୃତୀ ଶିକ୍ଷକଙ୍କ ପରଲୋକ

ନିମାପଡା (ସନ୍ତୋଷ ଦାଶ ): ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ଗ୍ରାମ ର ଅବସରପ୍ରାପ୍ତ କୃତୀ ପ୍ରଧାନ ଶିକ୍ଷକ ବିପିନ କୁମାର ସେନ (74) ଙ୍କ ର ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ରେ ପରଲୋକ ଘଟିଛି l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ,2ପୁଅ, ବୋହୁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ l ସ୍ବର୍ଗତ ସେନ ଦୀର୍ଘ ଦିନ ଧରି ଅମରେଶ୍ୱର ଏମ. ଇ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକାରୀ ଚାକିରୀ ରୁ ଅବସର ନେଇଥିଲେ l ସେ ଜଣେ କୃତୀ ଶିକ୍ଷକ ଭାବେ ଅମରେଶ୍ୱର, ଚାରିଛକ, ତୁଳସୀପୁର ଅଞ୍ଚଳ ରେ ଲୋକପ୍ରିୟ ହୋଇପାରିଥିଲେ l ତାଙ୍କ ମୃତ୍ୟୁ ରେ ଉପରୋକ୍ତ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି l ତାଙ୍କ ମରଶରୀର କୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ