ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରାକ୍ତନ କାଉନସିଲର ଙ୍କ ଦେହାନ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅର୍ଣ୍ଣପୁର୍ଣ୍ଣା ନଗର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବୁଗୁଡା ଏନଏସିର ପ୍ରାକ୍ତନ କାଉନସିଲର ବନମାଳୀ ଜେନାଙ୍କ ୭୮ ବର୍ଷ ବୟସରେ ଗତ ରାତ୍ରରେ ଦେହାନ୍ତ ହୋଇଯାଇଛି। ଗତ ରାତ୍ର ପ୍ରାୟ ସାଢ଼େ ଏଗାର ଟା ସମୟରେ ବନମାଳୀ ଜେନା ଶ୍ଵାସକ୍ରିୟା ନେବାରେ କଷ୍ଟ ଅନୁଭବ କରିବାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲକୁ ନେଇଥିଲେ। ଡାକ୍ତର ପରୀକ୍ଷା କଲାବେଳେ ଅମ୍ଳଜାନ ସ୍ତର ମାତ୍ର ୭ ପ୍ରତିଶତ ଥିବା ଜାଣିବା ପରେ ଅମ୍ଳଜାନ ଦେବାକୁ ପ୍ରସ୍ତୁତ ହେବା ସମୟରେ ପ୍ରାଣବାୟୁ ଚାଲିଯାଇଥିଲା। ଆଜି ସକାଳେ ଶ୍ରୀ ଜେନାଙ୍କ ମର ଶରୀରକୁ ସଂସ୍କାର କରାଯାଇଛି। ସ୍ବର୍ଗତ ବନମାଳୀ ଜେନାଙ୍କଏକମାତ୍ର ପୁତ୍ର ହର୍ଷ ଜେନା ମୁଖାଗ୍ନି ଦେଇଥିବା ବେଳେ ଦୁଇ ନାତୁଣୀ ଓ ନାତି ସମେତ ବହୁ ମାନ୍ୟଗଣ ବ୍ୟକ୍ତି ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ଜେନାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ