ଅବସର ବିନୋଦନ ବନ୍ଧୁ ମିଳନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ନିକଟ ମା ଚଣ୍ଡିଙ୍କ ପୀଠ ଠାରେ ଏକ ଅବସର ବିନୋଦନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖବରଦାତା ରାଜେନ୍ଦ୍ର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ପ୍ରିତିକାନ୍ତ ରାଉତ ଯୋଗଦେଇ ନିଜ କର୍ମମୟ ଜୀବନର ଅନେକ କିଛି ଶିକ୍ଷଣୀୟ ବାର୍ତ୍ତା ଉପସ୍ଥାପନ କରିଥିଲେ । ଅବସର ପରେ ଜୀବନକୁ ସଠିକ ଢଙ୍ଗରେ ପରିଚାଳନା ପାଇଁ ସମଚିନ୍ତାଶୀଳ ବ୍ୟକ୍ତିଙ୍କ ବନ୍ଧୁତ୍ୱାପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଶିକ୍ଷକ ନୃସିଂହ ଚରଣ ସାମଲ, ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ ସାହୁ, ଶିକ୍ଷକ ସଂଯତ ସାମଲ, ରାମଚନ୍ଦ୍ର ମହାନ୍ତି, ବରିଷ୍ଠ ନାଗରିକ ପ୍ରଭାତ ସାମଲ, ମଧୁସୂଦନ ଦାସ, ରୁଷିକେଶ ପରିଡା ପ୍ରମୁଖ ଉପସ୍ଥିତ ରହି ଅବସର ବିନୋଦନ ବନ୍ଧୁମିଳନ ଅନେକ କିଛି ଆତ୍ମୋସନ୍ତୋଷ ଦେଇଥାଏ ବୋଲି କହିଥିଲେ ।