ଅବସାଦରୁ ମୁକୁଳାଇବା ପାଇଁ ଦାରା ସିଂଙ୍କ ଅଭିନବ ପଦକ୍ଷେପ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୂରା ଦେଶ ମର୍ମାହତ ଓ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି। ଏହି ୩୪ ବର୍ଷୀୟ ଅଭିନେତା ଜଣକ କାହିଁକି ଏଭଳି ପଦକ୍ଷେପ ଉଠାଇଲେ ତାହା ଅନେକଙ୍କ ଚିନ୍ତାଶକ୍ତିର ବାହାରେ। ମିଡିଆ ରିପୋର୍ଟ ମୁତାବକ ସୁଶାନ୍ତ ପାଖାପାଖି ୬ ମାସ ଯାଏ ଅବସାଦରେ ଥିଲେ। ଏବେ ଅବସାଦର ଶିକାର ହେଉଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବତନ ମିଷ୍ଟର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଦାରା ସିଂ ଖୁରାନା ଆଗେଇ ଆସିଛନ୍ତି। ମାନସିକ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ କିଛି କରିବା ଲାଗି ସେ ଚିନ୍ତା କରିଛନ୍ତି। ଏହି କାରଣରୁ ସେ ଏକ ଫାଉଣ୍ଡେସନ ଆରମ୍ଭ କରିଛନ୍ତି।
ଦାରା ସିଂ ବ୍ରେଟ୍ ଟେଲ ନାମକ ଏକ ଫାଉଣ୍ଡେସନ୍ ଆରମ୍ଭ କରିଛନ୍ତି। ଏହା ଏକ ମାନସିକ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା। ଯାହାକି ପେସାଗତ ମାର୍ଗଦର୍ଶନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଛି। ଦାରା ସିଂ ଏ ସମ୍ପର୍କରେ କହିଛନ୍ତି ଯେ ଆମ ଦେଶରେ ଏପରି ଅନେକ ଲୋକ, ବୟସ୍କ, ଯୁବପିଢ଼ି ଅଛନ୍ତି, ଯେଉଁମାନେ ସବୁବେଳେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି। ଅଧିକାଂଶ ପ୍ରମୁଖ ସହରରେ ଉଚିତ ଚିକିତ୍ସା ସୁବିଧା ଥିବାବେଳେ ଛୋଟ ସହରରେ ବହୁତ କମ୍ ସୁବିଧା ଥିବାବେଳେ ବହୁତ ମହଙ୍ଗା ମଧ୍ୟ ରହିଛି। ପାଖାପାଖି ୧୫୦୦ ରୁ ୧୭୦୦ ଟଙ୍କା ପ୍ରତି ସେସନ ହିସାବରେ ଯଦି ୫ରୁ ୭ଟି ସେସନ ଆବଶ୍ୟକତା ହୋଇଥାଏ, ତେବେ ଏହା ବହୁତ ଅଧିକ ହୋଇଯାଏ। ଏଭଳି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସିଛନ୍ତି। ସେ କହିଛନ୍ତି ଯେ ଆମ ପାଖରେ ପାଖାପାଖି ୧୫ ବିଶେଷଜ୍ଞଙ୍କ ଏକ ଟିମ୍ ରହିଛି ଯେଉଁଥିରେ ଚିକିତ୍ସକ, ମନୋବୈଜ୍ଞାନିକ ଓ ମନୋଚିକିତ୍ସକ ସାମିଲ୍ ଅଛନ୍ତି। ଦାରା ସିଂ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ନିଧନର ତୁରନ୍ତ ପରେ ତାଙ୍କ ମସ୍ତିଷ୍କରେ ଏହି ବିଚାର ଆସିଥିଲା। ଏ ସମସ୍ତ ଯୋଜନାକୁ ରୂପ ଦେବା ପାଇଁ ପାଖାପାଖି ୩ ଦିନ ଲାଗି ଯାଇଥିଲା। ଆଜି ସେମାନେ ଏହାର ଶୁଭାରମ୍ଭ କରିଛନ୍ତି। ଯେଉଁମାନେ ସାହାଯ୍ୟ ଚାହୁଛନ୍ତି, ସେମାନେ ଆମ ସୋସାଲ ମିଡିଆ ପେଜରେ ସମ୍ପର୍କ କରିପାରିବେ। ସେମାନଙ୍କୁ ଉପଯୁକ୍ତ ଚିକିତ୍ସକଙ୍କ ସହ ସମ୍ପର୍କ କରାଯିବ। ଏଥିପାଇଁ ଗୋଟିଏ ସେସନକୁ ମାତ୍ର ୨୫୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଯଦି କୌଣସି ବ୍ୟକ୍ତି ଅଧିକ ସେସନ ପାଇଁ ଦେୟ ଦେଇ ପାରିବେ ନାହିଁ, ତେବେ ପ୍ରତ୍ୟେକ ସେସନ ପାଇଁ କେବଳ ୧୦୦ ଟଙ୍କା ଲାଗିବ। ବାକି ସମସ୍ତ ଦେୟ ତାଙ୍କ ତରଫରୁ ମୁଁ ଦେବି ବୋଲି ଦାରା ସିଂ ଖୁରାନା କହିଛନ୍ତି। ଲୋକେ ଏହାର ସୁବିଧା ଅଧିକରୁ ଅଧିକ କରନ୍ତୁ ଯାହାଫଳରେ ଆମ ଦେଶରେ ଆତ୍ମହତ୍ୟା ସସସ୍ୟା କମ୍ ହୋଇପାରିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ