ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ ଓ ପୁନଃସ୍ଥାପନ ହେଲା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକର ବୁଦୂରା ପଞ୍ଚାୟତ ଅଧୀନରେ ଥିବା ଇଦୂଡି ଠାରେ ଏକ ବିଦ୍ୟାଳୟ ଚାଲୁ ରହି ଥିଲା । ଏହି ବିଦ୍ୟାଳୟ ର ଶିକ୍ଷକ ମାନେ ଗଜପତି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ଏହି ବିଦ୍ୟାଳୟ ଉଠିଗଲା । ଏଣୁ ସେଠାରେ ଥିବା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡି ରହିଥିଲା । ସେତେବେଳେ କାଶୀନଗର ଟାଉନ୍ ବିଜେଡ଼ି ସଭାପତି ରଘୁରାମ ସାହୁ ଓ ଗଜପତି ପାଠାଗାର ର ସଦସ୍ୟ ମାନେ ଏହାର ପୁନଃଉଦ୍ଧାର କରିବା ପାଇଁ ପଦକ୍ଷେପ ନେଇଥିଲେ । ଏଥି ଯୋଗୁଁ ଗତ ଦୁଇବର୍ଷ ହେଲା ଉତ୍କଳ ଦିବସ, ମହାରାଜାଙ୍କ ତିରୋଧାନ ଦିବସ, ଜନ୍ମ ଜୟନ୍ତୀ ଦିନ ଫୁଲ ମାଳ ଇତ୍ୟାଦି ଦେଇ ମନେ ପକାଉଥିଲେ । ହେଲେ ସ୍କୁଲ ବନ୍ଦ ହୋଇ ରହୁଥିବାରୁ ଏହାର ରକ୍ଷଣାବେକ୍ଷଣ ଅଭାବ ହୋଇପଡିଥିବାର ଲକ୍ଷ୍ୟ କରି ପ୍ରତିମୂର୍ତ୍ତୀ କୁ ସ୍ଥାନାନ୍ତର କରି ଏହାକୁ ଏକ ମର୍ଯ୍ୟାଦା ଜନକ ସ୍ଥାନରେ ରଖିବା ପାଇଁ ପୁଣି କାଶୀନଗର ପୌର ଉପାଧ୍ୟକ୍ଷ ତଥା ଟାଉନ୍ ବିଜେଡି ସଭାପତି ରଘୁ ରାମ ସାହୁ ,ବୁଦୁର। ସରପଞ୍ଚ ସଞ୍ଜୟ କୁମାର ମିଶ୍ର ଓ ଗଜପତି ପାଠାଗାର ସଦସ୍ୟ ମାନେ ପାରଳା ରାଜକୁମାର ସୁଶ୍ରୀ କଲ୍ୟାଣୀ ଦେବୀ ଙ୍କ ସହ ଯୋଗାଯୋଗ କରି ଏହି ପ୍ରତିମୂର୍ତ୍ତୀ କୁ ଗଜପତି ପାଠାଗାର ପରିସର କିମ୍ବା ବୁଦୁର। ଗ୍ରାମ ପଞ୍ଚାୟତ ଅଫିସ୍ ରେ ସ୍ଥାପନ କରିବାକୁ ନିବେଦନ କରିଥିଲେ । ଏହି ବୃହତ୍ କାର୍ଯ୍ୟରେ ପାରଳା ଜେମଦେଇ ସୁଶ୍ରୀ କଲ୍ୟାଣୀ ଦେବୀ ନିଜେ ଉପସ୍ଥିତ ରହି ପ୍ରତିମୂର୍ତ୍ତୀକୁ ବୁଦୁର। ପଞ୍ଚାୟତ ଅଫିସ୍ କୁ ସ୍ଥାନାନ୍ତରିତ କରି କରି ସ୍ଥାପନ। କରିଛନ୍ତି । ଏହି ସମୟରେ ବୁଦୁର। ପଞ୍ଚାୟତର ବହୁ ବୁଦ୍ଧିଜୀବୀ ସହ ଗଜପତି ପାଠାଗାରର ସମସ୍ତ ସଦସ୍ୟ ରଘୁରାମ ସାହୁ, ସଭାପତି ରମାକାନ୍ତ ପାତ୍ର, ସମ୍ପାଦକ ଜଗଦୀଶ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।


