ଅବହେଳିତ ଗୃହରେ ଚାଲିଛି ଓଏସଆର ଟିସି କାର୍ଯ୍ୟାଳୟ ଜାତୀୟ ରାଜପଥ ପାଲଟିଛି ବସଷ୍ଟାଣ୍ଡ
ନବରଙ୍ଗପୁର,(ୱାଇଏନଏସ):ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଥିବା ସରକାରୀ ବସଷ୍ଟାଣ୍ଡ ସମେତ ପରିବହନ ନିଗମ ଅଧିକାରୀଙ୍କ କାର୍ଯ୍ୟାଳୟ, ଟିକେଟ ବୁକିଙ୍ଗ କାଉଣ୍ଟର ଏକ ବିପଦ ସଂକୁଳ କୋଠାରେ ଦୟନୀୟ ଅବସ୍ଥାରେ ପରିଚାଳିତ ହଉଛି ।ଯାତ୍ରୀ ମାନଙ୍କ ପାଇଁ ପ୍ରତୀକ୍ଷାଳୟ ନଥିବାବେଳେ ବସ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ ନାହିଁ, ନବରଙ୍ଗପୁର କୁ ବିଭିନ୍ନ ସ୍ଥାନରୁ ରାତ୍ରିକାଳୀନ ବସ ଗୁଡିକ ସକାଳୁଆ ପହଞ୍ଚୁ ଥିବାବେଳେ ବସ କର୍ମଚାରୀଙ୍କ ପାଇଁ ବିଶ୍ରାମ ପାଇଁ କୋୖଣସି ସୁବିଧା ନାହିଁ ଯାହାଫଳରେ କର୍ମଚାରୀ ସେହି ବସ ଗୁଡିକରେ ବିଶ୍ରାମ କରୁଛନ୍ତି, ଅଫିସ ଚାଲିଥିବା ଗୃହଟି ଦୟନୀୟ ଅବସ୍ଥାରେ ଥିବାବେଳେ କେତେବେଳେ ଯେ ଭୁଶୁଡି ପଡିବ ତାହା କୁହାଯାଇପାରିବ ନାହିଁ, ଏହି କାର୍ଯ୍ୟାଳୟ ଏକ କୋଠରୀରେ ଟିକଟ କାଉଣ୍ଟର ମଧ୍ୟ ରହିଛି, ବିଭିନ୍ନ ସମୟରେ ଛାତରୁ ସିମେଣ୍ଟ ଖସୁଥିବା ବେଳେ କେତେବେଳେ ଯେ କିଛି ଅଘଟଣ ନଘଟିବ ସେଥିପାଇଁ ଭୟରେ କାର୍ଯ୍ୟ କରୁଛନ୍ତି କର୍ମଚାରୀ, ସେଭଳି ପ୍ରତିଦିନ ଏହି ବସଷ୍ଟାଣ୍ଡ ଦେଇ ଅନେକ ସରକାରୀ ବସ ଗୁଡିକ ଯାତାୟତ କରୁଥିବାବେଳେ ଲୋକେ ଜାତୀୟ ରାଜପଥ କଡରେ ବସ ଅପେକ୍ଷାରେ ରହୁଛନ୍ତି, ବସ ଅପେକ୍ଷାରେ ଥିବା ଯାତ୍ରୀଙ୍କୁ ରହିବାକୁ କୌଣସି ଯାତ୍ରୀ ବିଶ୍ରାମଗାର ନଥିବାରୁ ଲୋକେ ଖରା ବର୍ଷା ରେ ଜାତୀୟ ରାଜପଥ ଉପରେ ବସକୁ ଅପେକ୍ଷା କରୁଛନ୍ତି, ସେଭଳି ବସଷ୍ଟାଣ୍ଡ ନିକଟରେ ଶୌଚାଳୟ ନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଅନ୍ୟପକ୍ଷରେ ନବରଙ୍ଗପୁର ଘରୋଇ ବସ ଷ୍ଟାଣ୍ଡର ଅବସ୍ଥା କହିଲେ ନସରେ,ଏଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାମ ବର୍ଷରୁ ଅଧିକ ସମୟ ଧରି ଆରମ୍ଭ ହୋଇଥିବା ବେଳେ କୋର୍ଟ କଚେରୀ ମାମଲାରେ ଫସି ଅଧାରେ ଅଟକିରହିଛି, ପୌରପାଳିକା ପକ୍ଷରୁ ବସ ଷ୍ଟାଣ୍ଡ ପରିସରରୁ ଷ୍ଟଲ ଯଥା ସମୟରେ ଉଠାଯାଇନପାରିବା କାରଣରୁ ନିର୍ମାଣରେ ବିଳମ୍ବ ହେଉଥିବା କୁହାଯାଉଛି, ରାଜ୍ୟ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ୬. ୯୪ କୋଟି ବ୍ୟୟ ଅଟକକରେ ନିର୍ମାଣଧିନ ବସ ଷ୍ଟାଣ୍ଡ ଅଧାରେ ଅଟକିଥିବା ବେଳେ ସରକାରୀ ଷ୍ଟାଣ୍ଡ ଦୁରାବସ୍ଥା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ଓ ବିଭାଗୀୟ କର୍ମଚାରୀ, ଅତୀତରେ ଜିଲ୍ଲାର ବିଧାୟକ ରମେଶ ମାଝୀ ପରିବହନ ବିଭାଗ ମନ୍ତ୍ରୀ ରହିଥିଲେ ମଧ୍ୟ ସରକାରୀ ବସ ଷ୍ଟାଣ୍ଡ ଅବସ୍ଥା ସଜାଡିବାରେ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି, ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଯାତ୍ରୀମାନେ ଅଧିକ ହନ୍ତସନ୍ତ ହେବା ପୂର୍ବରୁ ଉଭୟ ବସଷ୍ଟାଣ୍ଡ ର ଅବସ୍ଥା ସୁଧାରିବାକୁ ସାଧାରଣରେ ଦାବି ହୋଇଛି.