ଅବହେଳିତ ରହିଛି କେନାଢିପା ପଞ୍ଚାୟତ

ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ କେନଢ଼ିପା ପଞ୍ଚାୟତ କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ଚାଲିଛି। ଏହି ପଞ୍ଚାୟତ କାର୍ଯ୍ୟାଳୟରେ ୪ମାସରୁ ସ୍ଥାୟୀ ପଞ୍ଚାୟତ ଅଧିକାରୀ, ୧.୫ ବର୍ଷ ରୁ ସ୍ଥାୟୀ ଯୋଗାଣ ବଣ୍ଟନ ଅଧିକାରୀ, ଏକବର୍ଷ ରୁ ସ୍ଥାୟୀ ଏ.ଡ଼ି.ଓ ଅଧିକାରୀ ଏବଂ ୧୦ ବର୍ଷ ରୁ ସ୍ଥାୟୀ ପିଅନ ନାହାନ୍ତି। ସରକାର ଗ୍ରାମାଞ୍ଚଳକୁ ପ୍ରାଧାନ୍ୟ ଦେଇ ବିକଶିତ ଗ୍ରାମ ବିକଶିତ ଓଡିଶା କହୁଥିବା ବେଳେ ଏଭଳି ଗୋଟିଏ ପଞ୍ଚାୟତ ରେ ଚାରୋଟି ପଦବୀ ଖାଲି ପଡ଼ିଥିବା ଚିନ୍ତାର ବିଷୟ। ବର୍ତମାନ ସମସ୍ତ ପଞ୍ଚାୟତ ରେ ଆବାସ ସର୍ଭେ ହେଉଥିବା ବେଳେ ଏହି ପଞ୍ଚାୟତ ରେ କିଭଳି କାର୍ଯ୍ୟ ହେଉଥିବ ତାହା ଅନୁମାନ କରାଯାଇପାରେ। ଅନ୍ୟ ପକ୍ଷରେ ମହଦା ପଞ୍ଚାୟତ ଦାଇତ୍ୱ ରେ ଥିବା ପଞ୍ଚାୟତ ଅଧିକାରୀ ଏବଂ ଏ. ଡ଼ି. ଓ ଙ୍କୁ କେନଢ଼ିପା ପଞ୍ଚାୟତ ଦାଇତ୍ୱ ଦିଆଯାଇଥିବା ବେଳେ ଫାଶୀମାଲ ଯୋଗାଣ ବିତରଣ କର୍ମଚାରୀଙ୍କୁ ଚାଉଳ ବଣ୍ଟନ ଦାଇତ୍ୱ ପ୍ରଦାନ କରାଯାଇଛି। ଏପରିକି ବିଭିନ୍ନ ସମୟରେ ମେଡିକାଲ ସମସ୍ୟା ଯୋଗୁଁ ଯୋଗାଣ ବଣ୍ଟନ କର୍ମଚାରୀ ଅନୁପସ୍ଥିତ ରହୁଥିବା ଯୋଗୁଁ ସାଧାରଣ ଲୋକେ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ବୋଲି ସରପଞ୍ଚ ଏହି ବଣ୍ଟନ କାର୍ଯ୍ୟ ତୁଲାଇଥାନ୍ତି। ଏଭଳି ଦୟନୀୟ ଅବସ୍ଥା ଏବଂ ଅବହେଳିତ ଥିବା ଯୋଗୁଁ ଏହି ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଅନ୍ୟପଟେ ଗୋଟିଏ ଅଧିକାରୀଙ୍କୁ ଦୁଇଟି ପଞ୍ଚାୟତ ଦାଇତ୍ୱ ପ୍ରଦାନ କରାଯାଇଥିବା ଯୋଗୁଁ ସାଧାରଣ ଲୋକେ ମଧ୍ୟ ହଇରାଣ ହେଉଥିବ ନଜରକୁ ଆସୁଛି ଏଣୁକରି ଯଥାଶୀଘ୍ର ଏହି ପଞ୍ଚାୟତ କାର୍ଯ୍ୟାଳୟରେ ଖାଲିଥିବା ପଦଗୁଡିକୁ ପୂରଣ କରାଯିବାକୁ ସାଧାରଣ ରେ ଦାବି ହୋଇଛି। ଏ ସମ୍ପର୍କ ରେ ପ୍ରତିକ୍ରିୟା ପାଇଁ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠିଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ