ଅବାଧ୍ୟ ଓ ମୁକ୍ତ ସମିତି ନିର୍ବାଚନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ବୁଥ୍ କରିବାକୁ ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନକୁ ଅବାଧ୍ୟ ଓ ମୁକ୍ତ କରାଯିବା ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଏକ ପାଖିଆ ଭାବେ ବଳିରାଜରେ କରାନଯାଇ ବଗଡା ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସମବାୟ ସମିତି କାର୍ଯ୍ୟାଳୟରେ କରାଯିବାକୁ ସ୍ଥାନୀୟ ସରପଞ୍ଚ ସୁବନୀ ସାହୁ ଓ ପ୍ରତିଦ୍ୱନ୍ଦିତା ରେ ଅବତୀର୍ଣ୍ଣ ପ୍ରାର୍ଥୀମାନେ ଦାବି କରିଛନ୍ତି । ଏନେଇ ଏକ ଅଭିଯୋଗ ପତ୍ର କେନ୍ଦ୍ରାପଡା ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କୁ ପ୍ରଦାନ କାରଯିବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସମବାୟ ସମିତିର କୈାଣସି ଜୋନରେ ଭୋଟର ସଂଖ୍ୟା ହଜାରରୁ କମ ରହିଲେ ସମବାୟ ସମିତି କାର୍ଯ୍ୟାଳୟ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟରେ ବୁଥ୍ କରାଯିବାକୁ ନିୟମ ରହିଛି । କିନ୍ତୁ ବଗଡା ସମବାୟ ସମିତି ପକ୍ଷରୁ ବଳିରାଜ ଗ୍ରାମରେ ଏକ ଅସୁରକ୍ଷିତ ପରିତ୍ୟକ୍ତ ସ୍କୁଲ ଘରେ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିବାରୁ ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଓ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍କୁଲଘରର ଦାୟୀତ୍ୱ ସରପଞ୍ଚଙ୍କ ଠାରେ ନ୍ୟସ୍ତ ଥିବାବେଳେ ତାଙ୍କୁ ନଜଣାଇ ଏଭଳି ନିଷ୍ପତି ନିଆଯାଇ ଥିବାରୁ ଏହାକୁ ବାତିଲ କରାଯାଇ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସମବାୟ ସମିତି କାର୍ଯ୍ୟାଳୟରେ ଭୋଟ ଗ୍ରହଣ କେନ୍ଦ୍ର କରାଯିବାକୁ ସରପଞ୍ଚ ଶ୍ରୀ ସାହୁ ଦାବି କରିଛନ୍ତି ।