ଅବାଧ୍ୟ ଲୋକଙ୍କୁ ସାବାଡ୍ କରିବା ପାଇଁ ପୋଲିସର ଲାଠି ଭୟ

ବନ୍ତ(ଯୁଗାଦ୍ଧ ନ୍ୟୁଜ୍‌):ରାଜ୍ୟ ସରକାର ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ମଙ୍ଗଳବାର ରାତି ୧୨ଟା ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଣମାଧ୍ୟମ, ପୋଲିସ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ଜରିଆରେ ଲୋକ ମାନଙ୍କୁ ସଚେତନ କରାଉଛନ୍ତି । ଘର ନବାହାରିବା ପାଇଁ ରାଜ୍ୟ ସରକାର ମୋ ଜୀବନ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ଓ ଦେଶକୁ ସୁରକ୍ଷିତ ରଖିବାକୁ ଲୋକ ମାନଙ୍କୁ ପରାମର୍ଶ ଦିଆଯାଉଛି । ଏପରିପେକ୍ଷୀରେ ସାଧାରଣ ଲୋକ ମାନେ ଆବଶ୍ୟକ ନଥାଇ ବାହାରେ ବୁଲାବୁଲା କରୁଥିବାର ଦେଖାଯାଇଛି । ସେଥିନେଇ ବନ୍ତ ତହସିଲଦାର ଇନ୍ଦିରା ସାହୁ ଓ ଥାନା ଆଇଆଇସି ମିନା ବିନ୍ଧାଣୀ ପୋଲିସ କର୍ମଚାରୀଙ୍କ ସହାୟତାରେ ବିଭିନ୍ନ ବଜାର ଅଞ୍ଚଳ ପରିଦର୍ଶନ କରି ଲୋକ ମାନଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଉଛନ୍ତି । କୌଣସି ଅତ୍ୟାବଶ୍ୟକ କାର୍ଯ୍ୟ ନଥାଇ ବଜାରରେ ବୁଲୁ ଥିବା ଲୋକ ମାନଙ୍କୁ ପୋଲିସ ବାଧ୍ୟ ହୋଇ ଲାଠି ଭୟ ଦେଖାଉଛି । ଆଜି ପୂର୍ବାହ୍ନ ସମୟରେ ବନ୍ତ ବଜାରରେ କିଛି ଲୋକଙ୍କୁ ପୋଲିସ ଲାଠି ଭୟ ଦେଖାଇବା ପରେ ଲୋକ ମାନେ ଏଣେତେଣେ ଦୌଡି ପଳାଇଥିବାର ଦେଖାଯାଇଥିଲା । ଏଭଳି ଜଟିଳ ପରିସ୍ଥିତିରେ ସାଧାରଣଲୋକ ମାନେ ନିଜକୁ ସୁରକ୍ଷିତ ରଖିବା ସହିତ ସରକାରୀ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ବୁଦ୍ଧିଜୀବି ମାନେ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ