ଅବ୍ୟବସ୍ଥା ଘେରରେ ଉପଖଣ୍ଡ ଚିକିତ୍ସାଳୟ
କୁଚିଣ୍ଡା, (ଯୁଗାବ୍ଦ ନ୍ୟୁଜ):ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା ଉପରେ ଚେଷ୍ଟା ଚଳାଇଥିବା ବେଳେ ବିଭିନ୍ନ ଚିକିସ୍ୟାଳୟ ମାନଙ୍କରେ ଏହାର ଉଲଟା ଦିଖିବାକୁ ମିଳୁଛି l କେଉଁଠି ରୋଗୀ ହତାଶ ହୋଇ ଫେରୁଛନ୍ତି ତ କେଉଁଠି ଡାକ୍ତରଙ୍କ ମନ ମାନି କାର୍ଯ୍ୟ ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରା ଫେଲ lଏହିପରି ଏକ ସଙ୍ଗିନୀ ଅଭିଯୋଗ ହୋଇଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଚିକିସ୍ୟାଳୟରେ l କୁଚିଣ୍ଡା ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଲୟ କୁ କୁଚିଣ୍ଡା, ଜମନକିରା, ବାମରା ୩ ଟି ବ୍ଲକ ସହ ପଡୋଶୀ ଜିଲ୍ଲା ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ଼ ଜିଲ୍ଲା ରୁ ମଧ୍ୟ୍ୟ ଅନେକ ଗ୍ରାମ ନିର୍ଭର କରୁଛନ୍ତି l କିନ୍ତୁ ଏହି ଡାକ୍ତରଖାନା କୁ ଅବ୍ୟବସ୍ଥାରେ ପଡିରହିଥିବା ଡାକ୍ତରଖାନା କହିଲେ ମଧ୍ୟ୍ୟ କୌଣସି ଭୁଲ ହେବନାହିଁ l ଏଠି ଆସୁଥିବା ରୋଗୀ ଓ ତାଙ୍କ ସହ ଆସୁଥିବା ବ୍ୟକ୍ତି ମାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହନ୍ତି ଏହି ଡାକ୍ତରଖାନାରେ କେତେବେଳେ ଡାକ୍ତର ନାହିଁ ତ କେତେବେଳେ ମେସିନ ଖରାପ l କେତେବେଳେ ଆମ୍ବୁଲାଏନ୍ସ ମିଳେନି ତ ଆଉ କେତେବେଳେ ନିଃଶୁଳ୍କ ଔଷଧ ମିଳେନି l ପୁଣି ଏଠି କେତେବେଳେ ଦଲାଲ ରାଜ ମଧ୍ୟ୍ୟ ଚାଲିଥିବାର ଅଭିଯୋଗ ଶୁଣିବାକୁ ମିଳୁଛି l ଏହି ଡାକ୍ତରଖାନାରେ ୩୨ ଗୋଟି ଡାକ୍ତରଙ୍କ ପଦବୀ ଖାଲି ରହିଥିଲେ ମଧ୍ୟ୍ୟ ୭ ଟି ଡାକ୍ତର ରହିଛନ୍ତି l ଅର୍ଥୋ, ସର୍ଜରୀ, ପ୍ରସୂତି, ଭଳି ଅନେକ ଗୁରୁତ୍ୱପୂର୍ଣ ବିଭାଗ ଦୀର୍ଘଦିନ ଧରି ଖାଲି ପଡ଼ିରହିଛି l ଡାକ୍ତରଖାନା ରେ ଥିବା ବିଭିନ୍ନ ପରୀକ୍ଷା ଯନ୍ତ୍ରପାତି ମଧ୍ୟ୍ୟ ଅଧିକ ସମୟରେ ଖରାପ ରହୁଥିବା ଅଭିଯୋଗ ହେଉଥିବାବେଳେ କେଲେସିୟମ, ପଟାସିୟମ ଟେଷ୍ଟ କରାଯାଉଥିବା ମେସିନ ବର୍ଷେ ହେଲା ଖରାପ ହୋଇ ପଡିରହିଛି l ଫଳରେ ଡାକ୍ତରଖାନାକୁ ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀ ବାହାରେ ଟେଷ୍ଟ କରିବାକୁ ଯାଇ ଅତ୍ୟଧିକ ଖର୍ଚ୍ଚାନ୍ତରେ ପଡୁଥିବା ଦିଖିବାକୁ ମିଳୁଛି l ପୁଣି ଅନେକ ସମୟରେ ଚିକିସ୍ୟାଳୟରେ ରେ ଥିବା ୟୁରିନାଲ ଗୁଡିକ ସଫାଇ କରାଯାଉନଥିବାରୁ ଯୁରୁନାଲଟି ଅବ୍ୟବହାର ଯୋଗ୍ୟ ହୋଇ ପଡି ରହିଛି l ଅନେକ ଦିନ ହେବ ଏମିତି ଲାଗିରହିଥିବାକୁ ନେଇ ରୋଗୀଙ୍କ ସହ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି l ତୁରନ୍ତ ଚିକିସ୍ୟାଳୟର ସମସ୍ତ ଅସୁବିଧାକୁ ସମ୍ପୂର୍ଣ ରୂପରେ ଠିକ କରିବାକୁ ଜନସାଧାରଣରେ ଦାବୀ ହେଉଛି l ଏନେଇ ଏସ.ଡ଼ି.ଏମ. ଓ ଙ୍କ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବା ବେଳେ ଡାକ୍ତର ଖାନା ମେନେଜର ଦୀପକ ନନ୍ଦ ଙ୍କ ପ୍ରତିକ୍ରିୟା ରେ କହନ୍ତି ଏହି ସବୁ ଅସୁବିଧା କୁ ଉପରସ୍ତରରେ ଜଣାଯାଉଛି ଏବଂ କେଲ୍ସିଅମ, ପୋଟାସିୟମ ପରୀକ୍ଷା କରୁଥିବା ଯନ୍ତ୍ର ଟି ବାରମ୍ବାର ଖରାପ ହେଉଛି l ତେଣୁ ଯନ୍ତ୍ର ଦେଇଥିବା କମ୍ପାନୀ କୁ ପଠାଯାଇଛି ଶୀଘ୍ର ଆସିଯିବ l ହେଲେ ଏଭଳି ଯନ୍ତ୍ର କୁ କାହିଁକି ବଦଲା ଯାଉନି ବୋଲି ପ୍ରଶ୍ନ ହେଉଛି