ଅବ୍ୟବସ୍ଥା ଘେରରେ ସୁନାଖଳା ସରକାରୀ ଚିକିତ୍ସାଳୟ, ଡାକ୍ତର ନିଯୁକ୍ତି ଦାବି
ଚିଲିକା : ବାଣପୁର ବ୍ଲକର ସୁନାଖଳାସ୍ଥିତ ସର୍ବପୁରାତନ ସରକାରୀ ଚିକିତ୍ସାଳୟଟି ଦୀର୍ଘବର୍ଷ ହେଲା ସବୁ ନାହିଁ ନାହିଁରେ ·ଲିଛି । ଦୀର୍ଘ ୩ବର୍ଷ ହେଲା ଏଠାରେ୍ ଡାକ୍ତରନାହାନ୍ତି, କମ୍ପାଉଣ୍ଡରଙ୍କ ହାତରେ ଡାକ୍ତରୀ ସେବା ·ଲିଛି । ଆୟୁଷ୍ ଡାକ୍ତରଙ୍କ ଉପରେ ଚିକିତ୍ସାଳୟ ନିର୍ଭରଶୀଳ । ଆଉଜଣେ ଜରୁରୀ ଷ୍ଟାଫ୍ ସହ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ଏହା ଏଯାଏଁ ପୂରଣ ହୋଇପାରିନାହିଁ । ଚିକିତ୍ସାଳୟର ସମସ୍ତ ଗୃହର କାନ୍ଥ ଫାଟିଯିବା ସହ ଆଜବେଷ୍ଟସ୍ ଛାତରୁ ପାଣି ଗଳୁଛି । ଏଠାରେ ଅସ୍ତ୍ରୋପ୍ରଚାର ଗୃହ, ଭାକ୍ସିନ୍, ଜୀବନ ରକ୍ଷାକରୀ ଟିକା ରଖିବାକୁ ଆବଶ୍ୟକ ଗୃହ, ପାଥୋଲୋଜି ଗୃହ, ଶିଶୁ ପ୍ରସୂତୀଙ୍କ ଚିକିତ୍ସା ଗୃହ, ବୈଠକ ଗୃହ, ରୋଗୀଙ୍କ ପାଇଁ ଜରୁରୀ ବେଡ୍ ସୁବିଧା ନାହିଁ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଗ୍ରାମାଞ୍ଚଳ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା ବେଳେ ସୁନାଖଳା ଚିକିତ୍ସ୍ାଳୟ ପ୍ରତି ବିଭାଗୀୟ ସ୍ତରରେ ଉଦାସୀନତା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଆଖପାଖ ନାଚୁଣୀ, ମୋରାମୋରି, କୁଳେଇ, କୁମାଣ୍ଡୋଳ, ହରିପୁର ଆଦି ପଞ୍ଚାୟତବାସୀଙ୍କ ସମେତ ୧୬ନଂ ଏନ୍ଏଚ୍ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ବିଶେଷ ବହନ ରଖିଥିବା ଏହି ସରକାରୀ ଡାକ୍ତରଖାନାର ନବୀକରଣ ସହ ଡାକ୍ତର ନିଯୁକ୍ତି ପାଇଁ ଦୃଢ଼ ଦାବି ହେଉଛି । ନଚେତ୍ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହୋଇ ଘରୋଇ ଚିକିତ୍ସାଳୟ ଦ୍ୱାରା ଆର୍ଥିକ ଶୋଷଣର ଶିକାର ହେବା ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ବାଣପୁର ସିଏଚ୍ସି ଇନ୍ଚାର୍ଜ ଡାକ୍ତର ନିରାକାର ପାଲ୍ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିବା ସମ୍ଭବ ହୋଇପାରିନାହିଁ । ତେବେ ଏ ବିଷୟରେ ଖୋର୍ଦ୍ଧା ସିଡିଏମ୍ଓ ଡାକ୍ତର ବିଜୟ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ ଖୁବ୍ଶୀଘ୍ର ଜିଲ୍ଲାରେ ଖାଲି ପଡ଼ିଥିବା ବିଭିନ୍ନ ଡାକ୍ତରଖାନା ସମେତ ସୁନାଖଳାରେ ମଧ୍ୟ ଚୁକ୍ତିଭିତ୍ତିକ ଡାକ୍ତର ନିଯୁକ୍ତ ପାଇଁ ପଦକ୍ଷେପ ନେବେ କହିଥିଲେ ।