ଅଭିନନ୍ଦନଙ୍କୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ସ୍ୱାଗତ
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଜେନେଭା ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ସେନା କବ୍ଜାରୁ ମୁକ୍ତିଲାଭ କରିଥିବା ଇଣ୍ଡିଆନ ଏୟାର ଫୋର୍ସର ୱିଙ୍ଗ୍ କମାଣ୍ଡର ଶ୍ରୀ ଅଭିନନ୍ଦନ ବର୍ତ୍ତମାନଙ୍କୁ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି (ଆଇସିପି) ପକ୍ଷରୁ ସ୍ୱାଗତ କରାଯାଇଛି । କଟକ ସିଡ଼ିଏସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ସହିତ ତାଙ୍କ ବୀରତ୍ୱ ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କୁହାଯାଇଛି । ଏଥିସହିତ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ କୁଖ୍ୟାତ ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଘୋଷଣା କରିବାକୁ ଦାବି କରାଯାଇଛି ଏବଂ ଏଥିପାଇଁ ବିଶ୍ୱବ୍ୟାପୀ ଦାବି ଉପସ୍ଥାପନ କରିବା ପାଇଁ ଦେଶବାସୀ ତଥା ସମଗ୍ର ବିଶ୍ୱର ଶାନ୍ତିକାମୀ ଜନସାଧାରଣ ଓ ସଂଗଠନମାନଙ୍କୁ ଆହ୍ୱାନ ଦିଆଯାଇଛି । ଏହି ସଭାରେ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଳିକ, କୋଷାଧ୍ୟକ୍ଷ ସନାତନ ଗ୍ରହା·ର୍ଯ୍ୟ, ଉପସଭାପତି ସତ୍ୟଜିତ୍ ରାଉତ, ଆଡ଼ଭୋକେଟ ତ୍ରିଲୋଚନ ରାଉତ, ଆଡ଼ଭୋକେଟ ସରୋଜକାନ୍ତ ମଣ୍ଡଳ, ଆଡ଼ଭୋକେଟ ମମତା ମଣ୍ଡଳ ଏବଂ ସୁବୋଧ କୁମାର ବେଉରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


