‘ଅଭିନନ୍ଦନ’ର ସ୍ୱନକ୍ଷତ୍ର ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ସାପ୍ତାହିକ ସମ୍ବାଦପତ୍ର ‘ଅଭିନନ୍ଦନ’ର ଚତୁର୍ଦ୍ଦଶ ସ୍ୱନକ୍ଷତ୍ର ଓ ବାର୍ଷିକ ଉତ୍ସବ ସ୍ଥାନୀୟ ଉଦ୍ୟୋଗ ଭବନରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ପ୍ରଦୀପ ମିଶ୍ରଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ଡ. ଦେବାଶିଷ ପାତ୍ର, ବାଲେଶ୍ୱର ସାହିତ୍ୟ ସଂସ୍କୃତି କଳା ପରିଷଦର ସମ୍ପାଦକ ଡ. ରାଧାରଞ୍ଜନ ପଟ୍ଟନାୟକ, ଯୁଗଶ୍ରୀ ଯୁଗନାରୀ ପ୍ରତ୍ରିକାର ସମ୍ପାଦିକା ମମତା ମହାପାତ୍ର, ଆମ ନ୍ୟୁଜର ନିର୍ଦ୍ଦେଶକ ବରିଷ୍ଠ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି, ଲେଖିକା ରଶ୍ମି ସାମଲ ପ୍ରମୁଖ ଏଥିରେ ବରେଣ୍ୟ ଅତିଥ ôଭାବେ ଯୋଗଦେଇ ‘ଅଭିନନ୍ଦନ’ର ସ୍ୱନକ୍ଷତ୍ର ଦିବସ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରିଥିଲେ । ମୁଦ୍ରିତ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ଓ ସମ୍ଭାବ୍ୟ ଭବିଷ୍ୟତ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ସରକାରୀ ପ୍ରୋତ୍ସାହନ ଅଭାବରୁ ବହୁ ସମ୍ବାଦପତ୍ର ଅନୁଷ୍ଠାନ ରୁଗଣ ହୋଇପଡ଼ିଥିବା ବେଳେ ‘ଅଭିନନ୍ଦନ’ ଦୀର୍ଘ ୧୪ ବର୍ଷ ଧରି ପ୍ରକାଶନ ଜାରି ରଖିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ଅଭିନନ୍ଦନ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବାଦପତ୍ରର ସମ୍ପାଦକ ଜଗଦ୍ଦୀଶ ମିଶ୍ର ପ୍ରାକ ସୂଚନା ପ୍ରଦାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ ।