ଅଭିନନ୍ଦନିକା

ଆସିଥିଲା ଗଲା
ଆସୁଅଛି ଯିବ
ଦିନ ମାସ ବର୍ଷ ବିତି,
ସ୍ମୃତି ଅନୁଭୂତି
ଅଲିଭା ଅକ୍ଷରେ
ଲେଖି ରଖିବା ସାଇତି ।

କାହା ପାଇଁ ଭଲ
କାହା ପାଇଁ ମନ୍ଦ
କାହା ପାଇଁ ଭଲ ମନ୍ଦ,
କାହା ପାଇଁ ଦ୍ବନ୍ଦ
କାହାର ସ୍ବଛନ୍ଦ
କାହାର ଦ୍ବନ୍ଦ ସ୍ବଛନ୍ଦ ।

କାହାର ସଫଳ
କାହାର ବିଫଳ
ସଫଳ ସାଥେ ବିଫଳ,
କାହାର ବିଜୟ
କାହା ପରାଜୟ
ଜୟ ପରାଜୟ ଫଳ ।

କେବେ ସୁଖ ଦେବ
କେବେ ଦୁଃଖ ଦେବ
କେବେ ସୁଖ ସାଥେ ଦୁଃଖ,
ସୁଖ ଦୁଃଖ ଥିବ
ବର୍ଷ ସରିଯିବ
ନୂଆବର୍ଷ ଆସେ ଦେଖ ।

ସୂରୁଜ ଉଇଁବ
ସବୁ ଦିନ ପରି
ଆମ ପାଇଁ ନୂଆ ବର୍ଷ,
ମନରେ ଆନନ୍ଦ
ଉଲ୍ଲାସ ବିଶ୍ବାସ
ଭଲରେ ବିତିବ ବର୍ଷ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ