ଅଭିନବ ଉପାୟରେ ଠକେଇ

ବୁଗୁଡ଼ା,(ଅନିଲ କୁମାର ମହାରଣା): ବାପାର ସିମକାର୍ଡ ଚୋରାଇ ନେଇ ପୁଅ ନିଜର ସାଙ୍ଗ ଦ୍ଵାରା ତାହାକୁ ଦୁରୂପଯୋଗ କରି  ହଟହଟାର ସମ୍ମୁଖିନ ହୋଇଥିବା ଜଣାପଡିଛି। ବୁଗୁଡ଼ା ବିଦ୍ୟୁତ୍ ବିଭାଗର ଅବସର ପ୍ରାପ୍ତ  କର୍ମଚାରୀ ବୁଗୁଡା ଏନଏସି ର ଏକ ନମ୍ବର ୱାର୍ଡ ଗୋଲାମୁଣ୍ଡୁଳା ଗ୍ରାମର କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ଜ୍ୟେଷ୍ଠ ପୁତ୍ର ଅକ୍ଷୟ (୩୫) ବାପାଙ୍କ ସିମ କାର୍ଡ ଚୋରାଇ ନେଇ ତାର ଏକ ସାଙ୍ଗ ସଞ୍ଜୟ ବିଶୋୟୀ ଙ୍କୁ ଗୁଗଲ୍ ପେ ପାଇଁ ଅନୁରୋଧ କରିଥିଲା। ସଂଜୟ ଏଥିରେ ଅନ୍ୟ ଏକ ସାଙ୍ଗର ସହଯୋଗରେ ପ୍ରଥମେ ପରୀକ୍ଷା ମୂଳକ ଭାବେ ୫୦୦୦ ଟଙ୍କା ପଠାଇ ସଫଳ ହେବା ପରେ, ଦୁଷ୍ଟ ବୁଦ୍ଧି ପ୍ରୟୋଗ ପୂର୍ବକ ସିମ୍ ଟିକୁ ଜିଓ ରେ ରୂପାନ୍ତରିତ କରି କୃଷ୍ଣଙ୍କ ଆକାଉଣ୍ଟ୍ ରୁ ୧ ଲକ୍ଷ ୩୪ ହଜାର ଟଙ୍କା ଉଠାଇ ନେଇଥିଲେ। ଏହା ଗତ ଅଗଷ୍ଟ ମାସରେ ଘଟିଥିଲେ ମଧ୍ୟ କୃଷ୍ଣ ନିଜ ଘରକାମ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ସାନ ପୁଅକୁ ପଠାଇ ଏଭଳି ଉଠାଣର ଖବର ପାଇ ହତଚକିତ ହୋଇପଡିଥିଲେ। ପରେ ସେ ବୁଗୁଡ଼ା ଥାନାକୁ ଜଣାଇବା ପରେ ଥାନାର ହସ୍ତକ୍ଷେପ ଯୋଗୁଁ ୧ ଲକ୍ଷ୧୮ ହଜାର ଟଙ୍କା ଉଦ୍ଧାର ହେବା ସହିତ ସଂଜୟ କୁ ଗିରଫ କରି ୨୬୮/୨୦ ପ୍ରକାରେ ମାମଲା ରୁଜୁ କରି କୋର୍ଟ ଚାଲାଣ ହୋଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ