ଅଭିନେତା ଅଜୁର୍ନ ରାମପାଲଙ୍କ ଘରେ ଚଢ଼ଉ କଲା ଏନସିବି

ନୂଆଦିଲ୍ଲୀ: ଫିରୋଜ ନାଦିଆଦୱାଲାଙ୍କ ପରେ ବଲିଉଡ ଅଭିନେତା ଅଜୁର୍ନ ରାମପାଲଙ୍କ ଘରେ ଚଢ଼ଉ କରିଛି ଏନସିବି। ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚି ଡ୍ରଗ୍ସ ଖୋଜୁଥିବା ନେଇ ସୂଚନା ମିଳିଛି। ଯଦି ତାଙ୍କ ଘରୁ ଡ୍ରଗ୍ସ ମିଳେ, ତେବେ ତାଙ୍କୁ ଗିରଫ କରାଯିବ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲୁ ଚାଲୁ ବଲିଉଡର ଡ୍ରଗ୍ ସହ ଥିବା ସଂପର୍କ ଧୀରେ ଧୀରେ ବାହାରକୁ ଆସିଥିଲା। ଏହା ପରେ, ଏନସିବି ଡ୍ରଗ୍ସ ‌କାରବାରରେ ସଂପୃକ୍ତ ଥିବା କଳାକାରଙ୍କ ଘରେ ଚଢ଼ଉ କରିବା ଆରମ୍ଭ କରିଥିଲା। ଏହା ପୂର୍ବରୁ ଏନସିବି ଅଜୁର୍ନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ପାଖରୁ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ କରାଯାଇଥିଲା। ଏହା ସହ ଏନସିବି ମୁମ୍ବାଇରେ ଶନିବାର ବିଳମ୍ବିତ ରାତିରେ ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିଥିଲା। ଫିରୋଜ୍ ନାଦିଆଦୱାଲାଙ୍କ ଘରେ ଚଢ଼ଉ ପରେ ଏନସିବି ୧୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏନସିବିର ଟିମ୍ ତାଙ୍କର ୩ଟି ମୋବାଇଲକୁ ଜବତ କରିଥିଲା। ଏହା ସହ କିଛି ମାତ୍ରରେ ଡ୍ରଗ୍ସ ମିଳିବାରୁ ଏନସିବି ଫିରୋଜ ନାଦିଆଦୱାଲାଙ୍କ ପତ୍ନୀ ଶବାନା ସଇଦଙ୍କୁ ଆଜି ଗିରଫ କରିଛି। ଏନସିବିର ଏହି ଅଭିଯାନରେ ଅନେକ ବଡ଼ ବଡ଼ ବଲିଉଡ କଳାକାର ଆସି ସାରିଥିବା ବେଳେ ଆଗକୁ ମଧ୍ୟ ଅନେକ ନାଁ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ