ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ସ୍ଥିତ ବ୍ରାହ୍ମଣଢ଼ାମଣା ସାହିରେ ଅନୁଷ୍ଠିତ ଛତ୍ରପୁର କମାପଲ୍ଲିର ମାଁ ଶାମାକାଳୀ ଦଣ୍ଡନାଟର ରଙ୍ଗମଞ୍ଚରେ ଗଞ୍ଜାମର ବାସିନ୍ଦା ଦୁର୍ଦ୍ଧାଅନ୍ତ ଖଳନାୟକ ଅଭିନେତା ପ୍ରଦୀପ କୁମାର ପଣ୍ଡା, ଓ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯୁବସ୍ୱେଚ୍ଛାସେବୀ ଅସ୍ମିତ କୁମାର , ପପୁନ ପଣ୍ଡା, ସନ୍ତୋଷ , ଦୀପକ , ହରି, ଟୁଲୁ,, ବିଷ୍ଣୁ, ଜଗନ ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କୁ ଉପଢୌକନ ଓ ଜଗନ୍ନାଥଙ୍କ ଫୋଟ ଦେଇ ସମ୍ବର୍ଦ୍ଧିତ କରିଥିଲେ।