ଅଭିନେତ୍ରୀଙ୍କ କାରରୁ ଜବତ ହେଲା ମଦ

ଚେନ୍ନାଇ: ପୁଣିଥରେ ବିବାଦ ଘେରକୁ ଆସିଛନ୍ତି ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତଥା ବାହୁବଳୀ ଫେମ୍ ରମ୍ୟା କୃଷ୍ଣନ୍ । ଚେନ୍ନାଇ ପୁଲିସ ରମ୍ୟାଙ୍କ କାରରୁ ୯୬ଟି ବିଅର ଏବଂ ୮ଟି ଓ୍ଵାଇନ୍‌ ବୋତଲ ଜବତ କରିଛି। ଜି ଟିଭିରେ ତାଙ୍କ ଅଭିନୀତ ଜୟଲଳିତାଙ୍କ ଉପରେ ନିର୍ମିତ ସିରିଜ ପ୍ରସାରଣ ଲାଗି ପ୍ରସ୍ତୁତ ହେଉଥିବା ବେଳେ ରମ୍ୟାଙ୍କୁ ନେଇ ଏହି ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ମଦ ବୋତଲ ଜବତ ସହିତ ତାଙ୍କ ଡ୍ରାଇଭର ସେଲଭା କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ରିପୋର୍ଟ ମୁତାବକ, ରମ୍ୟା କୃଷ୍ଣନ ନିଜ ଭଉଣୀ ଓ ଡ୍ରାଇଭରଙ୍କ ସହ ଟୋୟୋଟା ଇନୋଭା କାର ଟିଏନ୍ ୦୭ ସିକ୍ୟୁ ୦୦୯୯ରେ ମମଲାପୁରମରୁ ଚେନ୍ନାଇ ଯାଉଥିଲେ। ଏହି ସମୟରେ ଚେନ୍ନାଇ ପୁଲିସ ଚେକପୋଷ୍ଟରେ ତାଙ୍କ କାରକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ରମ୍ୟା କୃଷ୍ଣନଙ୍କ ଗାଡ଼ିରେ ୧୦୪ଟି ମଦ ବୋତଲ ଥିବା ପୁଲିସ ଦେଖିବାକୁ ପାଇଥିଲା। ସଙ୍ଗେସଙ୍ଗେ ଏହି ମଦ ବୋତଲଗୁଡ଼ିକୁ ପୁଲିସ ଜବତ କରି ନେଇଥିଲା। ଏହା ପରେ ରମ୍ୟା ଓ ତାଙ୍କ ଡ୍ରାଇଭରକୁ ପୁଲିସ ଅଟକ ରଖିଥିଲା। ରମ୍ୟା କେବଳ ସାଉଥ ନୁହେଁ ବଲିଉଡରେ ମଧ୍ୟ ଅନେକ ଫିଲ୍ମରେ ନଜର ଆସିଛନ୍ତି। ରମ୍ୟା ଅମିତାଭ ଏବଂ ଗୋବିନ୍ଦାଙ୍କ ସହିତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିଆଁ’ରେ ନଜର ଆସିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ