ଅଭିଭାବକଙ୍କ ଏକାଉଣ୍ଟକୁ ଛାତ୍ରଛାତ୍ରୀଙ୍କୁ ପୋଷାକ ଅନୁଦାନ ଦେବାକୁ ଦାବି

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ପ୍ରଶାସନ ଚଳିତବର୍ଷ ୯ମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୋଷାକ, ଟେଷ୍ଟବୁକ ପାଇଁ ଅନୁୁଦାନ ଯୋଗାଇ ଦେବାକୁ ନିଷ୍ପତି ନେଇଛି । କିନ୍ତୁ ଏହି ଅନୁଦାନ ସବୁ ଛାତ୍ରଛାତ୍ରୀଙ୍କ ଏକାଉଣ୍ଟକୁ ଯୋଗାଇ ଦେବାପାଇଁ ନିଷ୍‌ତପତି ନିଆଯାଇଛି । ଏଥିପାଇଁ ଯାହାକି ଅଗଷ୍ଟ ୧୪ତାରିଖ ସୁଧା ସମସ୍ତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ପାସବୁକର ଏକାଉଣ୍ଟ ନମ୍ବର ଦେବାକୁ କୁ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବିଦ୍ୟାଳୟକୁ ଚିଠି କରିଛନ୍ତି । ଅଧିକାଶଂ ୧୦ମଶ୍ରେଣୀ ଛାତ୍ରଛାତ୍ରୀଙ୍କର ଏକାଉଣ୍ଟ ଥିବାବେଳେ ୯ମଶ୍ରେଣୀର ଛାତ୍ରଛାତ୍ରୀଙ୍କର ବ୍ୟାଙ୍କ ଏକାଉଣ୍ଟ ପ୍ରାୟତ ନାହିଁ । ବର୍ତ୍ତମାନ କୋଭିଡ-୧୯ ସମୟରେ ବ୍ୟାଙ୍କକୁ ଯାଇ ଏକାଉଣ୍ଟ ଖୋଲିବା ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବ ନୁହଁ । ହାଟଡିହି ବ୍ଲକରେ ୬ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଅଧିକାଶଂ ଛାତ୍ରଛାତ୍ରୀ ବ୍ୟାଙ୍କରେ ଏକାଉଣ୍ଟ ଖୋଲି ନାହାନ୍ତି । ହାଟଡିହି ବ୍ଲକ ଅଞ୍ଚଳରେ ଥିବା ୫ଗୋଟି ବ୍ୟାଙ୍କ ରେ ବର୍ତ୍ତମାନ ସମୟରେ ପ୍ରବଳ ଗହଳି ଲାଗି ରହୁଥିବାବେଳେ ସାମାଜିକ ଦୁରତା ରହୁ ନଥିବା ଦେଖିବାକୁ ମିଳିଛି । ଏପରିସ୍ଥିତିରେ ଛାତ୍ରଛାତ୍ରୀମାନେ ବ୍ୟାଙ୍କକୁ ଯାଇ ନୁତନ ଖାତା ଖୋଲିବା ନିରାପଦ ନୁହଁ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଲକଡାଉନ ସମୟରେ ଅଭିଭାବକ ମାନଙ୍କ ଏକାଉଣ୍ଟକୁ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ସହାୟତା ଯୋଗାଇଦେବା ଭଳି ଅଭିଭାବକ ମାନଙ୍କ ଏକାଉଣ୍ଟକୁ ପୋଷାକ ଓ ଟେଷ୍ଟବୁକ ଅନୁଦାନ ଯୋଗାଇଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ