ଅଭିଭାବକ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ରାଜ୍ୟ ଶିକ୍ଷା ବିଭାଗ ତରଫରୁ ସହଯୋଗ ଭିତ୍ତିକ କାର୍ଯ୍ୟକ୍ରମ ଆଧାରରେ ଆଜି ଭଣ୍ଡାରିପୋଖରୀ ବ୍ଲକ ମିରହସନପୁର ସରକାରୀ ବିଦ୍ୟାଳୟ ଠାରେ ଅଭିଭାବକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକ ଅନୁଶିକ୍ଷାଧିକାରୀ ଅନିଲ କୁମାର ବଳ ଓ ଉମେଶ ଚନ୍ଦ୍ର ଜେନା ଅତିଥି ଭାବେ ଯୋଗଦେଇ ସହଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ମତଦେଇଥିଲେ । ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତି ଏଥିରେ ଉପସ୍ଥିତ ରହି ବିଦ୍ୟାଳୟ ଶୈଖିକ ପ୍ରଗତି ଉପରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତଦେଇଥିଲେ । ପ୍ରଶିକ୍ଷକ ଭାବେ ଅଜୟ କୁମାର ରାୟ ଓ ସଂଜୟ କୁମାର ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିବାବେଳେ ଶିକ୍ଷୟତ୍ରୀ ସସ୍ମିତା ନାୟକ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ