ଅଭିଭାବକ-ଶିକ୍ଷକ କମିଟି ଗଠନରେ ଅନିୟମିତତା ହୋଇଥିବା ବିଇଓଙ୍କୁ ଲିଖିତ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତର ଘୋଡାଂଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ କମିଟି ଗଠନରେ ଅନିୟମିତତା ହୋଇଥିବା ଅବିଭାବକମାନେ ବ୍ଳକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗତ ୧୪ତାରିଖରେ ପୂର୍ବ ନିର୍ଦ୍ଧାରିତ ନୋଟିସ ଅନୁସାରେ ବିଦ୍ୟାଳୟ ପରିସରରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କିଛି ଅସାମାଜିକ ବ୍ୟକ୍ତି ବିଦ୍ୟାଳୟ ପରିସରରେ ପଶି ବୈଠକ ହେଉଥିବା ସ୍ଥାନରେ ଅଭିଭାବକମାନଙ୍କ ଠାରୁ ଧମକ ଦେଇ ସ୍ୱାକ୍ଷର କରି ନେଇଥିଲେ । ଯାହାଫଳରେ ଅନେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ ବୈଠକରୁ ପଳାଇ ଆସିଥିଲେ । ବୈଠକରେ କୌଣସି ପ୍ରସଙ୍ଗ ଆଲୋଚନା କରାନଯାଇ କେବଳ ସ୍ୱାକ୍ଷର ମାଧ୍ୟମରେ ବୈଠକ କରି କମିଟି ଗଠନ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଗଠନ କରାଯାଇଥିବା କମିଟିକୁ ବାତିଲ କରାଯାଇ ପୁନଃ ନୋଟିସ କରାଯାଇ କମିଟି ଗଠନ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି । ଉକ୍ତ ଅଭିଯୋଗପତ୍ରକୁ ବିଇଓ ମନୋରମା ରାଉତଙ୍କୁ ପ୍ରଦାନ କରିଛନ୍ତି । ଏସଂକ୍ରାନ୍ତରେ ବିଇଓ ମନୋରମା ରାଉତଙ୍କୁ ପଚାରିବାରୁ ଅଭିଯୋଗ ହସ୍ତଗତ ହୋଇଛି ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ