ଅଭିମନ୍ୟୁ ଫାଉଣ୍ଡେସନ୍ ପକ୍ଷରୁୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଅଭିମନ୍ୟୁ ଫାଉଣ୍ଡେସନ ଏବଂ ଗଂଜାମ କୃମି କ୍ଷତ୍ରୀୟ ସମାଜ ପକ୍ଷରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଦକ୍ଷ ପ୍ରଶାସକ (ଶ୍ରେଷ୍ଠ ଜିଲ୍ଲାପାଳ) ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଜିଲ୍ଲାରେ ସଂକ୍ରମଣକୁ ହ୍ରାସ କରିବା ତଥା ଶୃଙ୍ଖଳାଗତ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ଆଜି ଅଭିମନ୍ୟୁ ଫାଉଣ୍ଡେସନ୍ ର ମୁଖ୍ୟ ଇଂ ଅଭିମନ୍ୟୁ ପ୍ରଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ସେ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ୪ ବର୍ଷ କାର୍ଯ୍ୟ କଲା ଭିତରେ ତାଙ୍କ ଉଚ୍ଚ କୋଟିର କାର୍ଯ୍ୟକଳାପ ରେ ଗଞ୍ଜାମ ଜିଲ୍ଲାର ବହୁ ବିକାଶ ମୂଳକ କାର୍ଯ୍ୟ ହୋଇପାରିଛି । ଏଣୁ ଜିଲ୍ଲାପାଳ ଶ୍ରୀକୁଲାଙ୍ଗେଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ପ୍ରଦାନ ବେଳେ ଯୁବ ସମାଜସେବୀ ରାକେଶ ପ୍ରଧାନ, ଋଷିଦେବ ସାହୁ, ଚିନ୍ତାମଣି ସାହୁ ଓ ବସନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ