ଅଭିଯୁକ୍ତଙ୍କୁ ସ୍ଥାଇ ଶିକ୍ଷକ ଭାବେ ସରକାରୀ ସ୍ୱକୃତି ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାର ଜନୈକ ବ୍ୟକ୍ତି   ବିଭିନ୍ନ ସଂଗୀନ ମାମଲାରେ ଅଭିଯୁକ୍ତ ଥାଇ  କିଭଳି ସେହିବ୍ୟକ୍ତିଙ୍କୁ ଶିକ୍ଷକ ଭଳି ମର୍ଯ୍ୟାଦା ସମ୍ପନ୍ନ ପଦବୀରେ ସ୍ଥାଇ ନିଯୁକ୍ତି ପ୍ରଦାନ କରାଯାଇଛି  ସେ ସମ୍ପର୍କରେ ବୁଧବାର ଅପରାହ୍ନରେ   ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ କରାଯାଇଛି ।   ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ରସିକନଗର ଗ୍ରାମର ବିଜୟାନନ୍ଦ ନାୟକ ନାମକ ବ୍ୟକ୍ତି ଜଣଙ୍କ  ନାମରେ ରାଜକନିକା ଥାନା କେଶ ନମ୍ବର ୧୫୮/୨୦୧୪ ଓ  ଜି.ଆର.ନମ୍ବର ୩୭୨/୨୦୧୪ରେ ଆଇ.ପି.ସି.ର ଦଫା ୩୧୪, ୩୨୩, ୨୯୪, ୩୩୭, ୩୩୮, ୩୫୪,  ୩୭୯ ଓ  ୫୦୬ ଧାରାରେ ଏବଂ ୨୦୧୯ ମସିହାରେ ସେହିଥାନାରେ କେଶ ନମ୍ବର ୧୨୧/୨୦୧୯ରେ ବିଭିନ୍ନ ସଂଗୀନ ମାମଲା ରହିଥିବା ବେଳେ ସେ  କିଭଳି ସଫଳାଙ୍ଗସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ଓ ତାଙ୍କ ପଦକୁ  ସରକାରୀ ଭାବେ  ସ୍ଥାଇ କରାଯାଇଛି ସେ ସମ୍ପର୍କରେ ରାଜକନିକା ଥାନା ଅନ୍ତର୍ଗତ ରସିକନଗର ଗ୍ରାମର ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ବୁଧବାର ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ।  ଅଭିଯୋଗକାରୀ ଆହୁରୀ ଅଭିଯୋଗ କରିଛନ୍ତି ଯେ ଶ୍ରୀ ନାୟକଙ୍କ ଶିକ୍ଷକତା ପଦବୀକୁ ସ୍ଥାଇ କରାଯିବା ସମୟରେ କିଭଳି ପୋଲିସ ଭେରିଫିକେସନ କରାନଯାଇ ଏବଂ ତାଙ୍କ ନାମରେ ଏତେଗୁଡିଏ ସଂଗୀନ ମାମଲା ଥାଇ ମଧ୍ୟ ତାଙ୍କୁ ସ୍ଥାଇ ନିଯୁକ୍ତି ପ୍ରଦାନ କରାଯାଇଛି ସେ ସମ୍ପର୍କରେ ତଦନ୍ତ କରାଯିବାକୁ ଅଭିଯୋଗକାରୀ ଦାବିକରିଛନ୍ତି । ଏତଦଭିନ୍ନ ଶିକ୍ଷକ ଶ୍ରୀ ନାୟକଙ୍କ ବିରୋଧରେ ପୋଲିସ ମହାନିର୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରାଯାଇଥିବା ବେଳେ ତାହା ବିଚାରାଧିନ ଥିବା ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହାଛଡା ତାଙ୍କର ଶିକ୍ଷକତା ନିମନ୍ତେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ମଧ୍ୟ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ଶ୍ରୀ ବର୍ମା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ