ଅଭିଯୁକ୍ତ ପ୍ରମୋଦଙ୍କ ଜାମିନ ଆବେଦନକୁ ନାମଞ୍ଜୁର କଲେ ଜିଲ୍ଲା ଦୈାରା ଜର୍ଜ
କେନ୍ଦ୍ରାପଡା – କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ଯୈାନକିଳେଙ୍କାରି ମାମଲାରେ ଗିରଫ ହୋଇ ବାରିମୂଳ ଉପକାରାଗାରରେ ଥିବା ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କ ଜାମିନ ଆବେଦନକୁ ଗୁରୁବାର ଜିଲ୍ଲା ଦୈାରାଜର୍ଜ ବାସୁଦେବ ପଣ୍ଡା ନାମଞ୍ଜୁର କରିଥିବା ସରକାରୀ ଓକିଲ ଗୋକୁଳିରଞ୍ଜନ ଦାସ ସୂଚନା ଦେଇଛନ୍ତି । ଜିଲ୍ଲାଜଜ ତାଙ୍କ ନିର୍ଦେଶରେ ଉଲ୍ଲେଖ କରିଛନ୍ତି ଯେ ପିଡିତାର ଜୀବନ ପ୍ରତି ବିପଦ ଥିବାରୁ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରାଗଲା । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ଜନୈକ ମହିଳା କର୍ମଚାରୀଙ୍କୁ ଯୈାନ ନିର୍ଯ୍ୟାତନା ଦେବା ସହିତ ମୋବାଇଲ ମାଧ୍ୟମରେ ପ୍ରେମ ନିବେଦନ କରିବା ଅଭିଯୋଗ ଟାଉନ ଥାନାରେ ଗତ ଅପ୍ରେଲମାସ ୨୭ତାରିଖରେ ପିଡିତା ଜଣଙ୍କ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାର ୩ମାସ ପରେ ଟାଉନ ଥାନା ପୋଲିସ ୧୩୮/୨୦୧୯ରେ ଦଫା ୩୫୪(କ)(୧)(ଘ), ୫୦୬, ୫୦୯ ଓ ୨୯୪ ରେ ମାମଲା ରୁଜୁ କରିଥିଲା । ରବିବାର ବିଳମ୍ବିତ ରାତିରେ ଟାଉନ ଥାନା ପୋଲିସ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କୁ ତାଙ୍କ ବଣିଆମାଳ ସ୍ଥିତ ବାସଗୃହରୁ ଗିରଫ କରି ଟାଉନ ଥାନାରେ ଅଟକ ରଖି ସୋମବାର ପୂର୍ବାହ୍ନରେ ଶ୍ରୀ ସାହୁଙ୍କୁ କୋର୍ଟ ଚାଲାଣ କରିଥିଲା । କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଦରଖାସ୍ତ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଥିଲା । ଆଜି ଜିଲ୍ଲା ଦୈାରାଜଜଙ୍କ କୋର୍ଟରେ ଅଭିଯୁକ୍ତ ଶ୍ରୀ ସାହୁଙ୍କ ଜାମିନ ଆବେଦନର ବିଚାରକରି ଜିଲ୍ଲାଦୈାରାଜଜ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ।