ଅଭିଯୋଗକାରୀ ମହିଳାଙ୍କୁ ହାବିଲଦାରଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ଘେରାଉ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ଥାନା ଅଧିନ ଟିଲୋ ଦେବତାଗଢିଆ ଗ୍ରାମର ଜନୈକ ବ୍ୟକ୍ତି ଚୋରା ଦେଶୀ ମଦ କାରବାର କରୁଥିବା ନେଇ ସଂପୃକ୍ତ ଗ୍ରାମର ମହିଳା ମାନେ ଶନିବାର ବନ୍ତ ଥାନାକୁ ଅଭିଯୋଗ ପାଇଁ ଆସିଥିବା ବେଳେ ଥାନାର କାର୍ଯ୍ୟରତ ଜନୈକ ହାବିଲଦାର ମହିଳା ମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ରବିବାର ମହିଳା ମାନେ ଦିନ ୧୦ଟା ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ତ ଥାନା ଘେରାଉ କରିଥିବାର ଦେଖାଯାଇଥିଲା । ପରେ ବନ୍ତ ଥାନାଧିକାରୀ ମିନା ବିନ୍ଧାଣୀଙ୍କ ପ୍ରତିଶୃତି ପରେ ମହିଳା ମାନେ ଆନ୍ଦୋଳନରୁ ଓହରି ଥିବାର ଜଣାଯାଇଛି । ପ୍ରକାଶ ଯେ, ଦେବତାଗଢିଆ ଗ୍ରାମରେ ଦୀର୍ଘ ଦିନ ହେବ ଚୋରା ଦେଶୀ ମଦ କାରବାର ହେଉଥିବା ନେଇ ଗ୍ରାମର ମହିଳା ମାନେ ବାରମ୍ବାର ଥାନାରେ ଅଭିଯୋଗ କରିଆସୁଥିଲେ । ଗତ ଶୁକ୍ରବାର ଉକ୍ତ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଠାରୁ ଚୋରା ଦେଶୀ ମଦକୁ ମହିଳା ମାନେ ଜବତ କରି ପୋଲିସକୁ ଖବର ଦେଇଥିଲେ । ଏସଂପର୍କରେ ଗ୍ରାମର ମହିଳା ମାନେ ଶନିବାର ଅପରାହ୍ନରେ ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିବା ବେଳେ ଥାନାର ଜନୈକ ହାବିଲଦାର ମହିଳା ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଫଳରେ ଉକ୍ତ ଗ୍ରାମର ମା’ଥାନପତି ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସଞ୍ଜୁଲତା ଜେନା, ସମ୍ପାଦିକା ନନ୍ଦିନୀ ଜେନାଙ୍କ ନେତୃତ୍ୱରେ ଶାନ୍ତିଲତା ଜେନା, ଲଳିତା ଜେନା, ପ୍ରଭାତୀ ଜେନା, ସୀତା ଜେନା, ରେବତୀ ଜେନା, ମିନତୀ ଜେନା, ବିଜୁଳି ଜେନା, ଜାନକୀ ଜେନା, ଭାନୁମନୀ ଜେନା, ସରସ୍ୱତୀ ଜେନା, ଉଜ୍ଜ୍ୱଳା ଜେନା, ସ୍ୱର୍ଣ୍ଣଲତା ଜେନା, ସତ୍ୟାଭାମା ଜେନା, ସୁଧା ଜେନା ପ୍ରମୁଖ ଦିନ ୧୦ଟା ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଥାନା ଘେରାଉ କରିଥିଲେ । ସଂପୃକ୍ତ ହାବିଲଦାରଙ୍କର ବଦଳି ଆଦେଶ ହୋଇଥିବା ବେଳେ ସେ ଥାନା ଛାଡୁ ନଥିବାରୁ ତାଙ୍କୁ ତୁରନ୍ତ ରିଲିଭ କରିବା ଦାବୀରେ ମହିଳା ମାନେ ଅଟଳ ରହିଥିଲେ । ଶେଷରେ ଥାନାଧିକାରୀ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସୋମବାର ସୁଦ୍ଧା ସଂପୃକ୍ତ ହାବିଲଦାରଙ୍କୁ ବଦଳି କରିବେ ବୋଲି ପ୍ରତିଶୃତି ଦେବାରୁ ମହିଳା ମାନେ ଆନ୍ଦୋଳନରୁ ନିବୃତତ୍ତ ରହିଥିଲେ । ପରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ଏବଂ ଏସ.ଡି.ପି.ଓ ମନ ରଞ୍ଜନ ସାମଲ ଥାନାରେ ପହଞ୍ôଚବାର ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ