ଅଭିଯୋଗ ପରେ ତହସିଲଦାରଙ୍କ ଅଚାନକ ଗସ୍ତ
କୁକୁଡାଖଣ୍ଡି,(ହିମାଂଶୁ ପାଢ଼ୀ):କୁକୁଡାଖଣ୍ଡି ବ୍ଲକର ଦୁଇ ଛତୁଆ ସଂସ୍ଥା ନାରାୟଣପୁର ମା ଅମ୍ବିକା ଓ ଜଗଦଳପୁର ସଂଗ୍ରାମ ଛତୁଆ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ସ୍ଥିତି ପରଖିଚନ୍ତି କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଓ ଦୀର୍ଘଦିନ ଧରି ଉକ୍ତ ଦୁଇ ସଂସ୍ଥା ଉପରେ ନିମ୍ନ ମାନର ଛତୁଆ ପ୍ରସ୍ତୁତ କରି ନିରୀହ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଜୀବନ ସହ ଖେଳ ଖେଳୁଥିବା ଗୁରୁତର ଅଭିଯୋଗ ହୋଇ ଆସୁଥିବାବେଳେ ଆଜି ଅଚାନକ ଦୁଇଟି କେନ୍ଦ୍ର ଉପରେ ଚଢ଼ାଉ କରି ସ୍ଥିତି ପରଖିଥିଲେ ଓ ଏବଂ ମହଜୁଦ ଥିବା ବିଭିନ୍ନ ସାମଗ୍ରୀ ଯାଞ୍ଚ କରିବା ସହ ନଥିପତ୍ର ତଦାରଖ କରିଥିଲେ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଟି ସଦସ୍ୟା ମାନଙ୍କୁ କିପରି ଛତୁଆ ପ୍ରସ୍ତୁତ କରାଯାଉଛି କିପରି ଭାବେ ପ୍ରସ୍ତୁତ କରୁଛନ୍ତି ସବୁ ଦେଖିଥିଲେ।ପୂବରୁ ଜଗଦଳପୁର ସଂଗ୍ରାମ ଛତୁଆ କେନ୍ଦ୍ର ନିମ୍ନମାନର ଛତୁଆ ପ୍ରସ୍ତୁତି ଅଭିଯୋଗପରେ ଜିଲ୍ଲାପାଳ ନିଜେ ଛତୁଆ କେନ୍ଦ୍ର ପରିଦଶନ କରି ଲାଇସେନ୍ସ ରଦ୍ଧ କରିଥିଲେ ପରେ ପୁଣି ସତ୍ତମୂଳକ ଭାବେ ପ୍ରସ୍ତୁତି ଅନୁମତି ଦେଇଥିଲେ।କୋମଳମତି ପିଲାଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହୋଇଛି। ଅଗଂନଓ୍ବାଡି କେନ୍ଦ୍ର ମାଧ୍ୟମ ରେ ଛୋଟପିଲା ଓ ଗଭବତୀ ମାନଙ୍କୁ ଏହି ଛତୁଆ ଯୋଗାଣ କରାଯାଏ କିନ୍ତୁ ଏହା ଖାଇବା ଉପଯୋଗୀ ହୋଇନଥିବାରୁ ଗାଇ ମାନଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି।