ଅଭିଯୋଗ ପରେ ବି ପୋଲିସ୍ ପ୍ରଶାସନ ଚୁପ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ସୁଷମା ରାଉତଙ୍କ ଉପରେ କିଛି ଅସାମାଜିକ ବ୍ୟକ୍ତି ଆକ୍ରୋଶମୂଳକ ଭାବେ ଗତ ଅଗଷ୍ଟ ୨୮ ତାରିଖ ଦିନ ଆକ୍ରମଣ କରି ତାଙ୍କର ବାମ ହାତକୁ ଭାଙ୍ଗି ଦେଇଥିଲେ । ଏହାପରେ ସେ ମେଡ଼ିକାଲ ରିପୋର୍ଟ ଆଣିଲା ପରେ ଏ ବାବଦରେ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ଏବଂ ତାଙ୍କର କେସ୍‌କୁ ରେଜିଷ୍ଟର କରାଯାଇଥିଲା । ଏହି ଘଟଣାର ଦୁଇ ତିନିଦିନ ପରେ ତାଙ୍କର ପରିବାର ଲୋକ ଆସି ପୁନର୍ବାର ତାଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସେ ପୁନର୍ବାର ଅଭିଯୋଗ କରିବା ପାଇଁ ତାଙ୍କର ଜଣେ ମହିଳା ବନ୍ଧୁଙ୍କ ସହିଦ ନଗର ଥାନାରେ ପହଞ୍ôଚଥିଲେ । କିନ୍ତୁ ତାଙ୍କୁ ଏବଂ ତାଙ୍କର ମହିଳାବନ୍ଧୁଙ୍କୁ ଥାନାରେ ଅଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରି ଫେରାଇ ଦେଇଥିଲେ । ଘଟଣା ଘଟିବାର ବହୁଦିନ ପରେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି କିମ୍ବା ଅଭିଯୁକ୍ତମାନଙ୍କୁ ଗିରଫ କରୁନାହାଁନ୍ତି । ଫଳରେ ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲାବୁଲି କରୁଛନ୍ତି ଏବଂ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି । ମୋ ସରକାର ନିୟମ ଅନୁଯାୟୀ କୌଣସି ମହିଳାଙ୍କୁ ଥାନାରେ ଖରାପ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିୟମ ଥିଲେ ମଧ୍ୟ ସହିଦ ନଗର ଥାନାରେ ସୁଷମା ଏବଂ ତାଙ୍କର ମହିଳା ବନ୍ଧୁଙ୍କୁ ଯେଉଁଭଳି ଖରାପ ବ୍ୟବହାର କରାଯାଇଥିଲା ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯଦି ୧୦ ଦିନ ମଧ୍ୟରେ ସହିଦ ନଗର ପୋଲିସ୍ ଘଟଣାର ଅନୁସନ୍ଧାନ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ ନକରନ୍ତି, ତେବେ ପୋଲିସ୍ କମିଶନର ଏବଂ ମୋ ସରକାରଙ୍କ ନିକଟରେ ଅଭିଯୋଗ କରିବେ ବୋଲି ସୁଷମା ରାଉତ ତାଙ୍କ ପ୍ର୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ