ଅଭିଶପ୍ତ ଜୀବନ ବିତାଉଛନ୍ତି ଗାର୍ଡିଙ୍ଗିଆ ଗ୍ରାମବାସୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ଦୂର୍ଗମ ଗ୍ରାମ ପଞ୍ଚାୟତ ହେଉଛି ଗାର୍ଡିଙ୍ଗିଆ ଏହା ବ୍ଲକ କାର୍ଯ୍ୟାଲୟ ଠାରୁ ୧୭ କିଲୋମିଟର ଦୂର ଅପହଞ୍ଚ ଅଞ୍ଚଳରେ ଏହି ପଞ୍ଚାୟତ ଟି ଅବସ୍ଥିତ | ଏହି ପଞ୍ଚାୟତ ର ଅଧାରୁ ଅଧିକ ୱାର୍ଡ ଏହି ଗାର୍ଡିଙ୍ଗିଆ ରେ ଅଛି ପାଖା ପାଖି ୫୦୦୦ ରୁ ଉର୍ଦ୍ଧ ଆଦିବାସୀ, ଦଳିତ, ଓ ଅନ୍ୟାନ୍ୟ ବର୍ଗର ଲୋକ ବାସ କରନ୍ତି l ଏହି ଗ୍ରାମ ରେ ଅର୍ଥାତ ଗାର୍ଡିଙ୍ଗିଆ ରେ ଗୋଟିଏ ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଟିଏ ଉଚ୍ଚ ବିଦ୍ୟାଳୟ, ଦୁଇଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଞ୍ଚ ଟି ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ସେବାଶ୍ରମ ବିଦ୍ୟାଳୟ, ରହିଛି l ବହୁତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଏହି ପଞ୍ଚାୟତ କୁ ଯିବା ପାଇଁ ୩ ଟି ଘାଟି ପାର ହୋଇ ଯିବାକୁ ପଡ଼ି ଥାଏ ଓ ଜଙ୍ଗଲ ରାସ୍ତା ଦେଇ ଯିବାକୁ ହୁଏ , ବିକାଶ କଥା ଯଦି ଚିନ୍ତା କରିବା ତେବେ ଏ ପଞ୍ଚାୟତ ବାସୀଙ୍କ ପାଇଁ ଏହା ଏକ ଅଭିଶାପ ଗ୍ରାମ କହିଲେ ଅତ୍ୟୁକ୍ତି ହେବ ନାହିଁ, ନା ନଜର ପଡ଼େ ପ୍ରଶାସନ ବାବୁଙ୍କ ନା ସରକାରଙ୍କ ରାଜ ନେତା ଙ୍କ ନଜର ସତେ ଯେମିତି ଏ ପଞ୍ଚାୟତ ଏକ ଟିକାବାଲି ବ୍ଲକ ର ସାବତ ଛୁଆ ବା ସନ୍ତାନ ଯେତେବେଳେ ତ୍ରି ସ୍ତରୀୟ ଭୋଟ କିବା ବିଧାୟକ ହଉ କିବା ସଂସଦ ଭୋଟ ଆରମ୍ଭ ହୁଏ ସେତେବେଳେ ନାନା ମିଛ, ପ୍ରତିଶୃତି ଦେଇ ପ୍ରବେଶ କରନ୍ତି ରାଜନେତା ମାନେ ସାଧାରଣ ଗରିବ ଆଦିବାସୀ ଦଳିତ ଲୋକଙ୍କୁ ବିକାଶ ର କଥା କହି କିନ୍ତୁ ଭୁଲି ଯାଆନ୍ତି ରାଜ ଗାଦି ରେ ବସିଲା ପରେ ଏ ପଞ୍ଚାୟତ ବାସୀଙ୍କ ଦେଇ ଥିବା ପ୍ରତିଶୃତି , ଗୁହାରି ନେହୁରା ଏପରି ଅନେକ କିଛି ପାଣି ଫୋଟକା ପରି ଉଭେଇ ଯାଏ .ଏଠାକାର ସ୍ୱାସ୍ଥ୍ୟ ବ୍ୟବସ୍ଥା କଥା ନକହିବା ଭଲ ଏଠାରେ ଡାକ୍ତର ଖାନା ଅଛି ନାହାନ୍ତି ଡାକ୍ତର, ସ୍ୱଚ୍ଛ ପାଣି ଯୋଗାଇ ଦେବା ନା ରେ ଖୋଲା ଯାଇଛି ବଡ଼ କୂପ କିନ୍ତୁ ଲୋକ ପିଅନ୍ତି ଚୁଁଆ ଓ ପୋଖରୀ ପାଣି ନା ଅଛି ନେଟୱାର୍କ ର ସୁବିଧା ନା ଅଛି ଗୁଣାତ୍ମକ ଶିକ୍ଷା, ନା ଅଛି ଏଠି ଭଲ ରାସ୍ତା. କେତେ ଦରଖାସ୍ତ କେତେ ଅଭିଯୋଗ କହିଲେ ଶୁଣିବାକୁ କେହି ନାହାନ୍ତି ତେଣୁକରି ଗାଁ ର ଯୁବକ ଏକାଠି ହୋଇ ଘାଟି ରେ ମରମ ପକାଇ ଟିକେ ଶାନ୍ତି ନିଶ୍ୱାସ ନେବୁ କହିଲା ବେଳେ ଦାଉ ସାଜୁଛି ବର୍ଷା ଯେତେ ମାଟି, ମରମ ପକାଇ ଲେ ଲାଭ କଣ ସବୁ ପରିଶ୍ରମ ସବୁ ଆଶା ସେ ବର୍ଷା ପାଣିରେ ଧୋଇ ଗଲା,ତେବେ ଏହି ପଂଚାୟତ ବାସୀ ଙ୍କ ଦୁଃଖ ଦୁର୍ଦଶା ଏବଂ ପ୍ରଶାସନ ର ନିଦ କେବେ ଭାଙ୍ଗି ବ କେବେ ପାଇବେ ମୌଳିକ ସୁବିଧା କେବେ ବଦଳି ବ ଭାଗ୍ୟ ର ମାନଚିତ୍ର, କେବେ ପାଇବେ ଭଲ ରାସ୍ତା କେବେ ମିଳିବ ନେଟୱାର୍କ ର ସୁବିଧା ତାହା କେବଳ ଦେଖିବା କୁ ସବୁରୀ ମନ ରେ ଅବଶୋଷ | ସ୍ୱାଧୀନତା ର ୭୫ବର୍ଷ ପରେ ମଧ୍ୟ ଏହି ପଞ୍ଚାୟତ ବାସୀ ଙ୍କ ପାଇଁ ଆନନ୍ଦ ନା ପରାଧୀନ ର ୨୦୦ ବର୍ଷ ପରି ଦୁଃଖ ଓ କଷ୍ଟ ଲାଗୁଚି ସତେ ଯେପରି,ନ କହିବା ଭଲ l ତେଣୁ ଆଗମୀ ପଞ୍ଚାୟତ ଭୋଟ ପୂର୍ଵରୁ ଯଦି କିଛି ପଦକ୍ଷେପ ନିଆ ନ ଯାଏ ତେବେ ପଞ୍ଚାୟତ ବାସୀ ରାଜ ରାସ୍ତା କୁ ଓଲ୍ଲାଇବେ ବୋଲି ଚେତାବନି ଦେଇଛନ୍ତି |