ଅଭିଷେକ କରିବା ପରେ ବଦଳିଯାଏ ଦୁଗ୍ଧର ରଙ୍ଗ

ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଦୁଗ୍ଧ ଚଢାଇବା ପରେ ବଦଳିଯାଏ ଏହାର ରଙ୍ଗ । ନୀଳ ରଙ୍ଗରେ ଏହା ପରିଣତ ହୋଇଯାଇଥାଏ । ଯେଉଁ କାରଣରୁ ପ୍ରତ୍ୟେହ ମନ୍ଦିରକୁ ସଂଖ୍ୟାଧିକ ଭକ୍ତଙ୍କ ଆଗମନ ହୋଇଥାଏ । ରଙ୍ଗ ବଦଳିବାର ଏହି ଘଟଣା ଏବେ ବି ରହସ୍ୟ ରହିଛି । କେରଳର କିଜାପାରମ୍ପଲମ୍‌ ଗ୍ରାମରେ କେତୁଙ୍କୁ ସମର୍ପିତ ଏହି ମନ୍ଦିରର ନାମ ହେଉଛି ନାଗନାଥସ୍ୱାମୀ । କାବେରୀ ନଦୀକୂଳରେ ଥିବା ଏହି ମନ୍ଦିରକୁ ନେଇ ରହିଛି ଅନେକ ରହସ୍ୟ । ଯେଉଁ କାରଣରୁ ମନ୍ଦିରର ଲୋକପ୍ରିୟତା ବେଶ ଅଧିକ । ମନ୍ଦିରରେ ଥିବା ରାହୁ ମୂର୍ତ୍ତିରେ ଦୁଗ୍ଧ ଚଢାଇବା ପାଇଁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି । ଦୁଗ୍ଧ ଚଢାଇବା ପରେ ଏହାର ରଙ୍ଗ ଧଳାରୁ ନୀଳରେ ପରିବର୍ତ୍ତନ ହୋଇଥାଏ । କୁହାଯାଏ ଯେ, ଯେଉଁ ଲୋକମାନେ କେତୁ ଗ୍ରହ ଦେଶରେ ପୀଡିତ ସେମାନଙ୍କ ଦ୍ୱାରା ଚଢାଯାଉଥିବା ଦୁଗ୍ଧର ରଙ୍ଗ ବଦଳିଥାଏ । ତେବେ କେଉଁ କାରଣରୁ ଏପରି ହେଉଛି ତାହା ଆଜି ବି ଜଣାପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ