ଅଭୁଲା ସ୍ମୃତିରେ ପ୍ରାଣକୃଷ୍ଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କରୋନାର କରାଳ କାୟାରେ ଛନ୍ଦିହୋଇ ଅସମୟରେ ଝଡିପଡିଥିବା ଓଡିଶା ବନ ଉନ୍ନୟନ ନିଗମର ପୂର୍ବତନ ଅଧିକାରୀ, ଶ୍ରୀ ଈଶାନେଶ୍ୱର ମନ୍ଦିର ଟ୍ରଷ୍ଟର ସଭାପତି, ନୀଳାଦ୍ରିବିହାର ଆବାସିକ ସଂଘର ପୂର୍ବତନ କର୍ମକର୍ତ୍ତା, ସମାଜସେବୀ, ଧର୍ମପରାୟଣ ବ୍ୟକ୍ତିତ୍ୱ, ସର୍ବମାନ୍ୟ ମୁରବୀ, ଆଦରଣୀୟ ତଥା ସର୍ବଜନାଦୃତ ବ୍ୟକ୍ତିତ୍ୱ ସ୍ୱର୍ଗତଃ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଶ୍ରୀ ଈଶାନେଶ୍ୱରଙ୍କ ପୀଠରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ଉତ୍ସବକୁ ଓଡିଶା ଡି.ଏ.ଭି ଅନୁଷ୍ଠାନ ସମୁହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଶ୍ରଦ୍ଧାସୁମନ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ବିଭିନ୍ନ ବର୍ଗର ଯୋଗଦେଇଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର, ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ, ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର ଓ ଡ. ଦେବାଶିଷ ପଟ୍ଟନାୟକ, ସମ୍ ହସ୍ପିଟାଲର ଡିନ୍ ଡଃ ସଂଘମିତ୍ରା ମିଶ୍ର, ଡି.ଏ.ଭି ଅନୁଷ୍ଠାନ ସମୁହର ସହ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଜାତା, ଡି.ଏ.ଭି ୟୁନିଟ୍‌-୮ ର ଅଧ୍ୟକ୍ଷା ଇପ୍‌ଶିତା ଦାଶ, ବରିଷ୍ଠ ଶିକ୍ଷାବିତ୍ ଭାଗ୍ୟବତୀ ନାୟକ, ଚଳଚିତ୍ର ଅଭିନେତା ପ୍ରେମାଞ୍ଜନ ପରିଡା, ସୁନାମଧନ୍ୟ ଚିକିତ୍ସକ ଡଃ ଆର୍‌.କେ.ମହାପାତ୍ର, ଡଃ ବସନ୍ତ କୁମାର ପତି, ଡଃ ଅଶୋକ ଆଚାର୍ଯ୍ୟ, ଡଃ ସମୀର୍ ସାହୁ , ଡଃ ଅଶୋକ କୁମାର ନନ୍ଦ, ଡଃ ସୁଦୀପ୍ତ ସାହୁ, ଡଃ ଏନ୍‌.କେ. ପଟ୍ଟନାୟକ, ଡଃ ପ୍ରଭଞ୍ଜନ ରାୟସାମନ୍ତ, ଭୁବନେଶ୍ୱର ଆପୋଲ ହସ୍ପିଟାଲର ବିତ୍ତ ବିଭାଗ ମୁଖ୍ୟ ଅମର କୁମାର ବେହେରା ଓ ଅଧିକାରୀ ଆଲୋକ କୁମାର ବେହେରା, କିମ୍ସ ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶକ ସୌମ୍ୟକାନ୍ତ ଶତପଥୀ, ବରଗଡ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଅନୁଗୁଳ ଜିଲ୍ଲାର ପୂର୍ବତନ ଉପ-ଜିଲ୍ଲାପାଳ ବାସୁଦେବ ଶତପଥୀ, ଭାରତ ସଂଚାର ନିଗମ ଲିମିଟେଡ୍‌ର ପୂର୍ବତନ ଅଧିକାରୀ ଶ୍ରୀ ବଳରାମ ପାଲ୍ ଓ ଅବନିନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ୱର୍ଗତ ଆତ୍ମାର ଐଶ୍ୱରିକ ଶାନ୍ତି ପ୍ରାର୍ଥନା କରିଥିଲେ । ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଈଶାନେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ, ନୀଳାଦ୍ରି ବିହାର ଆବାସିକ ସଂଘ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ବିଭିନ୍ନ ଡି.ଏ.ଭି ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ତଥା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବି ଉପସ୍ଥିତ ରହି ସ୍ୱର୍ଗତ ପାଣିଗ୍ରାହୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଏକ ସ୍ମୃତି କମିଟି ଗଠନ ଓ ଏକ ସ୍ମରଣିକା ପ୍ରକାଶ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ପ୍ରକାଶ ଥାଉକି ସ୍ୱର୍ଗତଃ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ଫୁସ୍‌ଫୁସ୍ ଜନିତ ସଂକ୍ରମଣ ଯୋଗୁ ଗତବର୍ଷ ଜୁନ୍ ମାସରେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ସରଳ, ନିଷ୍କପଟ, ଅମାୟିକ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶେଷରେ ପାଣିଗ୍ରାହୀ ପରିବାର ତରଫରୁ ସମସ୍ତଙ୍କ ସଦୟ ଉପସ୍ଥିତ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ