ଅଭୟଙ୍କ ମି.ଏଲିଗାଣ୍ଟ ଟାଇଟଲ ହାସଲ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମର ବିଜୟ କୁମାର ଜେନାଙ୍କ ପୁଅ ଅଭୟ ଜେନା ଦିଲ୍ଲୀରେ ଅନୁଷ୍ଠିତ ମି.ଏଲିଗାଣ୍ଟ ଟାଇଟଲ  ହାସଲ କରିଛନ୍ତି । ଗ୍ଲୋବାଲ ଇଣ୍ଡିଆ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ଆୟୋଜିତ ଏହି ପ୍ରତିଯୋଗୀତାରେ ସର୍ବଭାରତୀୟ ସ୍ତରରେ ଦୁଇଶହରୁ ଉର୍ଦ୍ଧ ଫାଇନାଲିଷ୍ଟ ଯୋଗଦେଇଥିଲେ । ବଲିଉଡ ଅଭିନେତ୍ରୀ କିଆନତ ଆରୋରା ସ୍ୱତନ୍ତ୍ର ବିଚାରକ ଭାବେ ଯୋଗ ଦେଇ ଅଭୟଙ୍କୁ ଟାଇଟଲ ପ୍ରଦାନ କରିଥିଲେ । ଏହି ଉତ୍ସବରେ ସୋ ର ନିର୍ଦ୍ଦେଶକ ତଥା ବଲିଉଡ ଫେସନ ଡିଜାଇନର ଅଲ୍ଲି ଶର୍ମା, ଅଙ୍କିତ ନାଗପାଲ, ଲିଜା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଅଭୟ ଜଣେ ସପ୍ଟଓୟାର ଇଞ୍ଜିନିୟର ଭାବେ ଚେନାଇରେ କାର୍ଯ୍ୟରତ ଥିବାବେଳେ ତାଙ୍କର ନିଷ୍ଠା ଓ ଏକାଗ୍ରତା ଯୋଗୁଁ ସେ ଏହି ସଫଳତା ହାସଲ କରିପାରିଛନ୍ତି । ତାଙ୍କର ଏପରି ସଫଳତା ହାସଲ ପରେ ସମଗ୍ର ଅଞ୍ଚଳର ବୁଦ୍ଧିଜିବୀ, ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ