ଅମଠାଗୁଡାରେ ପାନୀୟ ଜଳର ଉତ୍କଟ ସମସ୍ୟା

କଳାହାଣ୍ଡି (ୱାଇଏନ୍‌ଏସ୍‌): ସାଧାରଣତଃ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରାର ପ୍ରକୋପ ଯୋଗୁଁ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଇଥାଏ।କିନ୍ତୁ ଏବେବି ଅନେକ ଅଞ୍ଚଳ ଅଛି ଯେଉଁଠି ବର୍ଷ ତମାମ ପିଇବା ଉପଯୋଗୀ ବିଶୁଦ୍ଧ ପାନୀୟ ଜଳ ସେସବୁ ଅଞ୍ଚଳ ପାଇଁ ଏକ ସ୍ବପ୍ନ ହୋଇ ରହିଯାଇଛି।ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମଠା ଗୁଡା ଗାଁରେ। ପ୍ରାୟ ୭୫୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ୮୦ ପରିବାର ବସବାସ କରୁଛନ୍ତି। ଏହି ଗାଁରେ ତିନୋଟି ନଳକୂପ ରହିଛି କିନ୍ତୁ କେଉଁଟି ଅଚଳ ତ କେଉଁଠି ବାହାରୁଛି ଦୂଷିତ ଦୁର୍ଗନ୍ଧ ପାଣି ।ଫଳରେ ଗ୍ରାମର ଛକପଡା,ଖଣ୍ଡୁଆଳପଡା,ସ୍କୁଲ୍ ପଡା,ଗୁଡିପଡା ଓ ତଳପଡାରେ ରହୁଥିବା ଲୋକେ ଗାଁ ନିକଟ ଚାଷବିଲର ଦୂଷିତ ଝରପାଣି ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି।ଏହାଛଡା ଆଉ କୌଣସି ବିକଳ୍ପ ମଧ୍ୟ ନାହିଁ।ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ପାଖରେ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ଗ୍ରାମବାସୀ।ବର୍ଷା ହେଲେ ପାନୀୟ ଜଳର ସଂକଟ ଅତି ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୁଏ।ଫଳରେ ବିଭିନ୍ନ ରୋଗର ଶିକାର ହେବାକୁ ପଡିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମଧ୍ୟ ଫଳ ଶୁନ୍। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଯେତେବେଳେ ଆମ ମହକ୍ ଟିଭି ନ୍ୟୁଜର ସାମ୍ବାଦିକ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ତାଙ୍କ ମତାମତ ନେଇଥିଲେ।ସେ ଏହି ସମସ୍ୟାର ସମାଧାନ ପାଇଁ ଅଚଳ ନଳକୂପ ମାନଙ୍କୁ ମରାମତି କରାଯିବ ଓ ପରବର୍ତ୍ତୀ ସମୟରେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ହେଲେ ପ୍ରଶାସନ କେବେ ଅମ୍ ଠାଗୁଡା ବାସୀଙ୍କ ଉତ୍କଟ ପାନୀୟ ଜଳର ସମସ୍ୟା ଦୂର କରୁଛନ୍ତି ତାହା ଦେଖିବା ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ