ଅମରଜ୍ୟୋତି ୟୁଥକ୍ଲବ ତରଫରୁ ଦହିପାଣି ବଣ୍ଟନ
ନିରାକାରପୁର(ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାହି ଅମରଜ୍ୟୋତି ୟୁଥ କ୍ଲବ ତରଫରୁ ନିରାକାରପୁରର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଘୋଳ ଦହି ଲୋକମାନଙ୍କୁ ପିଇବାକୁ ଦିଆଯାଉଛି । କ୍ଲବର ସମସ୍ତ ସଭ୍ୟ ଏକ ଗାଡ଼ି ଯୋଗେ ଦହିପାଣିକୁ ବିଭିନ୍ନ ସ୍ଥାନକୁ ନେଇ ବାଟୋଇ, ବ୍ ଟ୍ରେନ ଯାତ୍ରୀମାନଙ୍କୁ ପ୍ରଦାନ କରୁଥିବାରୁ ସେମାନଙ୍କୁ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଉଛି । ସେମାନଙ୍କୁ ସହିତ ନିରାକାରପୁର ସରପଞ୍ଚ ହୃଷିକେଶ ରାଉତରାୟ ରହି ସେମାନଙ୍କ କାର୍ଯ୍ୟକୁ ଉତ୍ସାହିତ କରିଥିଲେ । ଆଜି ବ୍ଲକ ତରଫରୁ ନିରାକାରପୁର ଗେଟ ବଜାର,ପୁରୀ ବସଷ୍ଟାଣ୍ଡରେ ଦହିପଣା ପ୍ରଦାନ କରାଯାଇଥିଲା ।


