ଅମରେଶ୍ୱର ହାଇସ୍କୁଲ ୧୯୮୩ ବ୍ୟାଚ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଉତ୍ସବ
ନିମାପଡା ( ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଅମରେଶ୍ୱର ହାଇସ୍କୁଲ ର 1983 ବ୍ୟାଚ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ବଂଧୁ ମିଳନ ଓ ଉକ୍ତ ବିଦ୍ୟାଳୟ ର ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆଜି ଅମରେଶ୍ୱର ଶମ୍ଭୁ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ଵିଜବର ମୁଦୁଲି, ଶିକ୍ଷକ ରାଜ କିଶୋର ସାହୁ, ଲଷ୍ମୀଧର ସାହୁ, ବିଜୟ କୁମାର ଦାଶ, ଜଗବନ୍ଧୁ ପାତ୍ର ପ୍ରମୁଖ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପଜଳାଇ ଏହି ଉତ୍ସବ କୁ ଶୁଭାରମ୍ଭ କରିଥିଲେ l ଉକ୍ତ ବିଦ୍ୟାଳୟ ର ସ୍ବର୍ଗତ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ସ୍ମୃତି ଉଦେଶ୍ୟରେ 1ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ସେଦିନର ସ୍ମୃତି ଚାରଣ କରିଥିଲେ l ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଶିକ୍ଷକ ମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା, ଡାଏରୀ, କଲମ ଦିଆଯାଇ ସଂମ୍ମାନିତ କରାଯାଇଥିଲା l ପ୍ରତିବର୍ଷ ଏହିପରି ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହେବାପରେ ଏକ କମିଟି ଗଠନ କରାଯାଇଥିଲା l ସଭାପତି ଭାବେ ବିଷ୍ଣୁ ମୋହନ ପାତ୍ର, ସମ୍ପାଦକ ଭାବେ ନିରଞ୍ଜନ ଦାଶ, କୋଷାଧକ୍ଷ ଭାବେ ଗାଲେଖ ବିହାରୀ ଜେନା, ପ୍ରକାଶ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଭାବେ ସୁଶୀତା ତ୍ରିପାଠୀ, ବୀଣାପାଣି ଦାଶ, ପ୍ରଭାତ ନଳିନୀ ଦାଶ, ମିଡ଼ିଆ ସେଲ ସଂଯୋଜକ ଭାବେ ସନ୍ତୋଷ ଦାଶ ଙ୍କୁ ସର୍ବସମ୍ମତି କ୍ରମେ ଘୋଷଣା କରା ଯାଇ ଥିବା ବେଳେ ଏକ 15 ଜଣିଆଁ କାର୍ଯ୍ୟ କାରୀ କମିଟି ଗଠନ ହୋଇଥିଲା l ଶେଷରେ ଗୁଣନିଧି ମିଶ୍ର ଧନ୍ୟବାଦ ଦେଇଥିଲେ l