ଅମର ରାଉତ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋନୀତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ପୁର୍ବତନ ଜିଲ୍ଲା ଯୁବ ବିଜେଡିର ଉପସଭାପତି ଥିବା ବଞ୍ଚୋ ଗ୍ରାମର ଅମର ରାଉତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସେ ଛାତ୍ର ଜୀବନରୁ ଜନତା ଦଳରୁ ରାଜନୀତି ସହିତ ସଂପୃକ୍ତ ଥାଇ ଦଳର ସାଂଗଠନିକ କାର୍ଯ୍ୟରେ ସକ୍ରୀୟ ରହି ନିଜର ପରାକାଷ୍ଠା ପ୍ରତିପାଦିତ କରିପାରିଥିବାରୁ ତାଙ୍କୁ ବିଜେଡି ନେତୃବୃନ୍ଦ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ଜିଲ୍ଲା ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରିଛନ୍ତି । ତାଙ୍କୁ ଏହି ପଦବୀ ମିଳିବାପରେ ତାଙ୍କୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ