ଅମର ସହିଦ୍ଙ୍କୁ ସଲାମ ଜଣାଇଲା ପାଇକ ମହାସଂଘ
ଭୂବନେଶ୍ୱର, (ୱାଇଏନ୍ଏସ୍): ଲଦାଖର ଗଲୱାନ୍ ଘାଟିରେ ଚୀନ୍ ସେନା ସହ ଲଢି ସହିଦ୍ ହୋଇଥିବା ଭାରତମାତାର ସୁଯୋଗ୍ୟ ସନ୍ତାନ ଏ ମାଟିର ଗର୍ବ, ଗୌରବ ଅମର ସହିଦ୍ଙ୍କୁ ସଲାମ ଜଣାଇଲା ପାଇକ ମହାସଂଘ । ଆଜି ବୀରସୁରେନ୍ଦ୍ର ସାଏ ନଗରଠାରେ ଦେଶ ମାତୃକାର ପାଇଁ ବଳିଦାନ ଦେଇଥିବା ଅମର ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ବାର ପ୍ରସବିନୀ ଉତ୍କଳ ଜନନୀର ଦୁଇ ସୁଯୋଗ୍ୟ ସନ୍ତାନ ବୀର ଓଡ଼ିଆ ପୁଅ ଚନ୍ଦ୍ରକାନ୍ତ ପ୍ରଧାନ ଓ ବୀରପୁତ୍ର ନାନ୍ଦୁରାମ ସୋରେନ୍ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ପାଇକ ମହାସଂଘ ରାଜ୍ୟ ସଭାପତି ପାଇକ ମଉଡ଼ମଣି ଅଶୋକ ପାଲଟାସିଂହ ଯୋଗଦାନ କରି ସମଗ୍ର ବିଶ୍ୱରେ ଆତଙ୍କ ରାଜ ଆରମ୍ଭ କରିଥିବାର ଚୀନର ମାନବ ସମାଜ ଧ୍ୱସଂ ଲିଳା କାର୍ଯ୍ୟକୁ କଠୋର ଭାଷାରେ ନିନ୍ଦାକରିବା ସହିତ ବିବାଦରେ ନକଲ ସାମଗ୍ରୀ ଯୋଗାଉଥିବା ଚୀନ୍ ଉତ୍ପାଦିତ ଦ୍ରବ୍ୟକୁ ପରିତ୍ୟାଗ କରିବାକୁ ଆହ୍ୱାନ ପ୍ରଦାନ କରିଥିଲେ ।ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ସାମ୍ବାଦିକ ରାଜିବ ନୟନ ରଥ, ସମାଜସେବୀ ସମରଞ୍ଜନ ମହାନ୍ତି, ଯୁବନେତା ଦୀପକ କୁମାର ବାରିକ୍, ଜାଗୃତୀ.ବି.ଏମ୍.ସି ପ୍ରକଳ୍ପ, ସଂଯୋଜକ ପ୍ରବେସ କୁମାର ସାହୁ, ସଶାଙ୍କ ସାହୁ, ସୂର୍ଯ୍ୟ ନାରାୟଣ ରାଓ, ଉମ କୁମାର ମହାନ୍ତି ପ୍ରମୁଖ ଯୋଗ ଦାନକରି ଅମର ସହିଦ୍ଙ୍କୁ ଶ୍ରଦ୍ଦାଞ୍ଜଳୀ ଜ୍ଞାପନ କରିଥିଲେ ।