ଅମଲା ସଂଘର ମିଳିତ ମଂଚ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ବେତନ ବୃଦ୍ଧିକୁ ନେଇ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରତି ସରକାରଙ୍କ ଉଦାସୀନତା ପ୍ରତିବାଦରେ ଆସନ୍ତା ୨୧ ତାରିଖ ଦିନ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ । ଏଥିଲାଗି ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଅମଲା ସଂଘର ମିଳିତ ମଂଚ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଅମଲା ସଂଘର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ଉଦୟ କୁମାର ଦାସ, ଦିଲେଶ କୁମାର ରେଡ୍ଡୀ, ଅଜିତ କୁମାର ସାବତ, କୃପାସିନ୍ଧୁ ସ୍ୱାଇଁ ଏବଂ ରଜନୀକାନ୍ତ ପ୍ରମୁଖ ଯୋଗ ଦେଇ କନିଷ୍ଠ ସହାୟକଙ୍କ ଦରମାହାର ଲେଭେଲ ୯ କୁ ବୃଦ୍ଧି କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବା ପାଇଁ ଦାବୀ କରାଯାଇଥିଲା । ଏହା ସହ ଆସନ୍ତା ୨୧ ତାରିଖ ଦିନ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଶତ ପ୍ରତିଶତ ଯୋଗ ଦେବା ପାଇଁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ