ଅମାନିଆକୁ ପ୍ରଶାସନର ସବାଡ ମାସ୍କ ପିନ୍ଧି ନଥିବାରୁ ଜୋରିମାନା ଆଦାୟ

ନାଉଗାଁ,(ଓ୍ବାଇଏନ୍ଏସ୍):କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଜାରୀ ହୋଇଛି କଡା ନିୟମ । ଏହି ନିୟମରେ ଯେଉଁମାନେ ବାହାରକୁ ଆସିବେ ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରିବେ । ବାଇକିରେ ଯାତାୟତ କରିବାକୁ ହେଲେ ଗୋଟିଏ ବାଇକିରେ ଜଣେ ଆରୋହୀ ଯିବା ସହିତ ମାସ୍କ ପିନ୍ଧି ଯାତାୟତ କରିବେ । ଏହା ସହିତ ଆତ୍ୟବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନୀମାନେ ଦୋକାନ ସାମ୍ନାରେ ସାମାଜିକ ଦୁରତ୍ୱ ଉପରେ ଗୁରୁତ୍ୱ ଦେବା ସହିତ ମାସ୍କ ପିନ୍ଧି ବେପାର କରିବେ ଏବଂ ଯେଉଁ ଗ୍ରାହକ ମାସ୍କ ପିନ୍ଧି କରି ନ ଆସିଥିବ ସେମାନଙ୍କୁ ସାମଗ୍ରୀ ନ ଦେବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ହେଲେ କିଛି ଅମାନିଆ ଦୋକାନୀ ବିନା ମାସ୍କରେ ବେପାର କରୁଥିବା ବେଳେ ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇ ଦେଉଥିଲେ । ଏପରିକି ବାଇକ ଆରୋହୀମାନେ ମଧ୍ୟ ବିନା ମାସ୍କରେ ଏକାଧିକ ଆରୋହୀଙ୍କ ସହିତ ଗାଡିରେ ଯାତାୟତ କରୁଥିବା ପ୍ରଶାସନଙ୍କୁ ସୂଚନା ମିଳିଥିଲା । ଯାହାଫଳରେ ନାଉଗାଁ ତହିସଲର ଅତିରିକ୍ତ ତସହିଲଦାର ନେତ୍ରାନନ୍ଦ ବେହେରାଙ୍କ ସହିତ ହିସାବ ରକ୍ଷକ ବିଶ୍ୱମ୍ବର ମହାନ୍ତିଙ୍କ ଦ୍ୱାରା ସୋମବାର ପ୍ରଥମେ ଗଂଗଦାହାଟ, ଗାରୋଇ ଛକ ସହିତ ନାଉଗାଁ ହାଟ ଆଦିରେ ଚଢାଉ କରାଯାଇଥିଲା । ଯାହାଫଳରେ ୧୭ ଜଣ ଦୋକାନୀ ଓ ଜଣେ ବାଇକି ଆରୋହୀଙ୍କୁ ମିଶାଇ ସମୁଦାୟ ୧୮ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ନାଉଗାଁ ତହସିଲ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ